ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ରୁଣ୍ଡ ହେଲେ ବିଜେଡିର କିଛି ବରିଷ୍ଠ ନେତା | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତିକ୍ରିୟା ରଖିଲେ ପ୍ରସନ୍ନ | ସେ କହିଛନ୍ତି ଯେ ମୋ ଦେହ ଖରାପ ଅଛି । ସେଥିପାଇଁ ମୋ ବନ୍ଧୁମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ବାସ୍ତବରେ ଆଜି ସକାଳୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ପ୍ରମୁଖ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା | କୁହାଯାଉଥିଲା ଯେ ବରିଷ୍ଠ ନେତାମାନେ ଦଳୀୟ ରଣନୀତି ନେଇ କିଛି ଆଲୋଚନା କରିଛନ୍ତି | ଏସବୁ ଚର୍ଚ୍ଚା ପରେ ପ୍ରସନ୍ନ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିଛନ୍ତି।
ପ୍ରସନ୍ନଙ୍କ କହିବା କଥା ଯେ ଯେଉଁମାନେ ଆସିଥିଲେ ସେମାନଙ୍କ ସହ ବହୁ ଦିନରୁ ସମ୍ପର୍କ ରହିଆସିଛି | ଏବେ ମୋ ଦେହ ଭଲ ନାହିଁ | ତେଣୁ ସେମାନେ ମୋତେ ଭେଟିବାକୁ ଆସିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/05/Prasanna-Acharya.jpg)