ବିଜେଡି ବିଧାୟକ ଦଳ ବୈଠକ: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ

କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର : ଶୁକ୍ରବାର ଦିନ ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସଭାପତିତ୍ବ କରିଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ କହିଥିଲେ ଯେ ଚଳିତ ଥର ଚାରିଟି ସରକାରୀ ବିଲ ରହିଛି। ତାହାକୁ ଆଲୋଚନା କରି ପାରିତ କରାଯିବ। ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେଡିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି। ସରକାରଙ୍କ ଜନପ୍ରିୟ କାର୍ଯ୍ୟକ୍ରମର ପ୍ରତିବଦ୍ଧତା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ବିରୋଧୀ ଦଳ ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗ ଉଠାଇବେ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।

କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକମାନେ ଯୋଗ ଦେଇ ରଣନୀତି ପ୍ରସ୍ତୁତ କରିଥିଲେ। ବୈଠକ ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ ଅଧିବେଶନର ଅବଧି ସ୍ବଳ୍ପ ଥିଲେ ମଧ୍ୟ ରାଜ୍ୟର ଗୁରୁତର ସମସ୍ୟାକୁ ଗୃହରେ ଉଠାଯିବ। ନିର୍ବାଚନ ସମୟରେ ସରକାରୀ ଦଳ ଆଇନକୁ ହାତକୁ ନେଇଛନ୍ତି। ନିର୍ବାଚନ ଜିତିବା ପାଇଁ ଯେଉଁ ରଣନୀତି ଆପଣାଇଛି ତାହାକୁ ଗୃହରେ କୁହାଯିବ। ଏହା ବାଦ୍‌ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ଖାଦ୍ୟପଦାର୍ଥର ଦର ବୃଦ୍ଧି, ବେକାରୀ, ଦୁର୍ନୀତି, ଆଇନଶୃଙ୍ଖଳା ପ୍ରସଙ୍ଗ ଉଠିବ।

ସମ୍ବନ୍ଧିତ ଖବର