ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡ଼ିର ରାଜଭବନକୁ ପଦଯାତ୍ରା

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନକୁ ଚାଷୀ ଓ ଚାଷ ସମସ୍ୟା କବଳିତ କରିଛି। ଦୁଇ ଦିନ ହେବ ଏହି ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ବିଧାନସଭା ଅଧିବେଶନ ଚାଲି ପାରିୁ ନାହିଁ। ଆଜି ସକାଳେ ବିଧାନସଭା ଆରମ୍ଭ ହେବା ମାତ୍ରେ ହୋ ହଲ୍ଲା ଆରମ୍ଭ ହୋଇଯିବାରୁ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୩ଟା ଯାଏ ମୁଲତବି ରଖିଥିବା ବେଳେ ବିଜେଡି ବିଧାୟକ, ମନ୍ତ୍ରୀମାନେ ବିଧାନସଭାରୁ ବାହାରି ରାଜଭବନକୁୁ ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୩୦ ଟଙ୍କା କରିବା ଦାବିରେ ଆଜି ବିଜେଡି ନେତାମାନେ ପଦଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର