ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବା ପରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ପକାଶ ପାଇବାର ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।
ତୃତୀୟ ଓ ଶେଷ ପର୍ଯ୍ୟାୟ ଆସନ୍ତା ମାସ ୨୩ ଓ ୨୯ ତାରିଖରେ ୧୨ଟି ଲୋକସଭା ଏବଂ ୮୪ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ବିରୋଧୀ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ଏହି ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା କେତେକାଂଶରେ ପ୍ରକାଶ ପାଇଥିବାବେଳେ ଶାସକ ବିଜୁ ଜନତା ଦଳ ତା’ର ପ୍ରାର୍ଥୀମାନଙ୍କ ନାମ ତାଲିକା ଘୋଷଣା କରି ନାହିଁ। ଏହି ଦୁଇଟି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ।
ଦିନେ ଦୁଇ ଦିନ ମଧ୍ୟରେ ବିଜେଡିର ପରବର୍ତ୍ତୀ ପ୍ରାର୍ଥୀ ତାଲିକା!
/sambad/media/post_attachments/wp-content/uploads/2019/03/naveen-patnaik_650x400_51514471492-1.jpg)