ଭଦ୍ରକ: ଧାନ ବିକ୍ରି ସମସ୍ୟାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲା ବିଜେଡି | ଭଦ୍ରକରେ ଆଜି ହଜାର ହଜାର ଲୋକ ସମାବେଶରେ ଯୋଗଦେଇ ମୋହନ ମାଝୀ ସରକାର ଡାଉନ୍ ଡାଉନ୍ ସ୍ଳୋଗାନ ଦେଇ ଭଦ୍ରକର ଗାନ୍ଧୀ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଆନ୍ଦୋଳନ କରିଥିଲେ। ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ , ବିଜେଡି ଜିଲ୍ଲା ସଭାପତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ୍ ସାମଲ, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପଙ୍କଜ ବଳ, ଟୁଟୁ ବଳ, ରାକେଶ ପଣ୍ଡା, ବିକାଶ ଶ୍ରେଷ୍ଠ , ଭଦ୍ରକ ପୋୖରାଧ୍ୟକ୍ଷ ଗୁଲ୍ ମୁକି ହବିବ, ତାହର ମହମ୍ମଦ, ତାହେରା ଖାତୁନ୍, ବିଧୂତ ଲତା ନାୟକ, ଦେବୀ ଦତ୍ତା ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି ।

Advertisment

ବିଜେଡି ପକ୍ଷରୁ କୁହାଯାଇଛି ଯେ ଚାଷୀର ଧାନ ମଣ୍ଡିରେ ପଡ଼ିଛି। ଧାନ ବିକ୍ରି ହୋଇପାରୁ ନାହିଁ । ଚାଷୀ ଆଖିରେ ଦୁଃଖରେ ଥିବାବେଳେ ବିଜେପି ସରକାର ଚାଷୀର ଦୁଃଖ ବୁଝୁନାହିଁ। ଅପାରଗ ବିଜେପି ସରକାର ବିରୋଧରେ ଆଜିର ଏହି ଚାଷୀ ଆନ୍ଦୋଳନ ବୋଲି ବିଜେଡି ନେତାମାନେ ନିଜ ନିଜ ବକ୍ତବ୍ୟରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ନିର୍ବାଚନ ପରେ ବିଜେଡିର ଏହା ପ୍ରଥମ ପାୱାର ଶୋ ବୋଲି ଲୋକେ କହିବା ଆରମ୍ଭ କରୁଛନ୍ତି। ଆଗାମୀ ଦିନରେ ବିଭିନ୍ନ ସମସ୍ୟା ନେଇ ବିଜେଡି ଲୋକଙ୍କ ସହ ଠିଆ ହେବ ବୋଲି ବିଜେଡି ଜିଲ୍ଲା ସଭାପତି ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।