ଯାଜପୁର: ଯାଜପୁର ଜିଲ୍ଲାରେ ଧାନକିଣା ଅବ୍ୟବସ୍ଥା, ଲଘୁ ଖଣିଜ ଲୁଟ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେ଼ଇ, ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଶ୍ୱରଂଜନ ମଲ୍ଲିକ ଓ ସୁଜାତା ସାହୁ ନେତୃତ୍ୱ ନେଇଥିଲେ। ବିକ୍ଷୋଭ ପୂର୍ବରୁ କୁସୁମା ଠାରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏହି ବିକ୍ଷୋଭରେ ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଥିଲେ।

Advertisment