ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏ ଯେଉଁ ଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ। ହେଲେ ଏବେ ସେ ପରିସ୍ଥିତି ନାହିଁ। ୱାକ୍ଫ ରେ କଣ ହୋଇଥିଲା ତାହା ଏବେ ଆଲୋଚନାର ବିଷୟ ନୁହେଁ।
ଉପରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠୁ, କଥା ଉଠିଥିଲା ଯେ ବିଜେଡି ଏଥର କାହାକୁ ସମର୍ଥନ କରିବ। ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପି ପ୍ରେମ ପଦାରେ ପଡ଼ିବ। ଏହାସହ ଦଳ ଯଦି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଜାତୀୟ ରାଜନୀତିରେ ନୂଆ ଏକ ସମୀକରଣ ଦେଖିବାକୁ ମିଳିବ। ଏହାସହ ଯଦି ବିଜେଡି ସମଦୂରତ୍ୱ ଫର୍ମୁଲାରେ କୌଣସି ବି ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଏ, ତେବେ ଦିଲ୍ଲୀ ପଲିଟିକ୍ସରେ ଦଳ ନିଜର ଓଜନ ହରାଇବ। ତେଣୁ ଦେଖିବାକୁ ବାକି ରହିଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି।
ସୂଚନାଯୋଗ୍ୟ ଯେ, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ। ଏଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛି । ଉଭୟ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ହେଲେ ଏହା ପୂର୍ବରୁ କିନ୍ତୁ ବିଜେଡି ନେତା ଦେଇଛନ୍ତି ବଡ଼ ବୟାନ ।