ନୂଆଦିଲ୍ଳୀ: ଭୋଟିଂ ସମୟରେ ମତଦାନ କେନ୍ଦ୍ର ନିକଟରେ ମତଦାତାଙ୍କ ସହ ହାତ ମିଳାଇବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଦାବି କରି ନିର୍ବାଚନ କମିସନଙ୍କ ଆଗରେ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛି ବିଜେପି। ବିଜେପି ଅଭିଯୋଗ ଆଣି କହିଛି ଯେ ମତଦାନ କେନ୍ଦ୍ରରୁ ୧୦୦ ମିଟର ଦୂରତ୍ୱରେ ରହି କଂଗ୍ରେସ ନେତା ଲୋକଙ୍କ ସହ ହାତ ମିଳାଇ ତାଙ୍କୁ ନିଜ ଆଡକୁ ଆକୃଷ୍ଟ କରାଇବା ଉଦ୍ୟମ କରିଛନ୍ତି।
ସୋମବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ଆଣି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଲେଖିଛନ୍ତି ଯେ ‘କଂଗ୍ରେସ କର୍ମୀ ଓ ତାଙ୍କର ନିର୍ବାଚନୀ ଏଜେଣ୍ଟ୍ ମତଦାନ କେନ୍ଦ୍ରରୁ ୧୦୦ ମିଟର ଦୂରରେ ରହି ଭୋଟର୍ଙ୍କ ସହ ହାତ ମିଳାଇ ସେମାନଙ୍କୁ ପ୍ରଭାବିତ କରୁଥିଲେ, ଯାହାକି ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି।
ଉଲ୍ଲେଖଯୋଗ୍ୟ, ଗତ କାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତ ଗ୍ରହଣ ହୋଇଛି। ୫୯ଟି ସଂସଦୀୟ କ୍ଷେତ୍ର ଲାଗି ସମୁଦାୟ ୬୩.୩ ପ୍ରତିଶତ ଭୋଟର୍ ମତଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/download-39.jpg)