ଭୁବନେଶ୍ୱର: କେନ୍ଦ୍ରାପଡା ବିଧାନସଭା ଆସନରେ ବିଜୟ ଧ୍ୱଜା ଉଡାଇବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ବୁଥ କ୍ୟାପଚରିଂ କରିପାରନ୍ତି ଆଶଙ୍କା କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଶୁକ୍ରବାର ଫେରାଦ ହେଇଛି। କେନ୍ଦ୍ରାପଡା ଲୋକସଭା ଆସନ ଉପରେ ପୂରା ରାଜ୍ୟର ଫୋକସ ରହିଥିବା ବେଳେ ଏହା ଅଧିନରେ ଆସୁଥିବା କେନ୍ଦ୍ରାପଡା ବିଧାନସଭା ଆସନରେ ବୁଥ କ୍ୟାପଚରିଂ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରୁଛି ବିଜେଡି।
କେଉଁ କେଉଁ ବୁଥରେ ଏଭଳି ସ୍ଥିତି ଉପୁଜିପାରେ ତାହାର ପୂରା ତାଲିକା ଦେଇଛି ବିଜେଡି। ୩୧ ପଞ୍ଚାୟତ/ୱାର୍ଡ ଓ ୯୧ ସମ୍ବେଦନଶୀଳ ବୁଥରେ ଏଭଳି ସ୍ଥିତି ଉପୁଜିପାରେ ବୋଲି ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି। ବୁଥ ଦଖଲ ପାଇଁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ଲାନ ପ୍ରସ୍ତୁତ କରାଯାଉଥିବା ବିଜେଡି କହିଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଏହି ବୁଥ ଗୁଡିକରେ ସିସିଟିଭି ଲଗାଯିବା ସହ ଅତିରିକ୍ତ ସୁରକ୍ଷାବଳ ଯୋଗାଇ ଦିଆଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/BJD.png)