କେରଳରେ ବିଜେପି-ବିଡିଜେଏସ-କେରଳ କଂଗ୍ରେସ ମେଣ୍ଟ, ୧୫ ଆସନରେ ଲଢିବ ବିଜେପି

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେରଳରେ ବିଜେପି ନିଜର ଆସନ ବୁଝାମଣା ଚୂଡାନ୍ତ କରିଛି । କେରଳରେ ବିଜେପି କେରଳ କଂଗ୍ରେସ ଓ ଭାରତ ଧର୍ମ ଜନ ସେନା (ବିଡିଜେଏସ) ସହ ଆସନ ବୁଝାମଣା କରିଛି । ଏହି ଆସନ ବୁଝାମଣା ଅନୁସାରେ ବିଜେପି ୧୪ଟି ଆସନରେ ନିଜର ପ୍ରାର୍ଥୀ ଦେବ । ସେହିପରି ବିଡିଜେଏସ ୫ଟି ଆସନରେ ଓ ପିସି ଥମାସଙ୍କ ନେତ୍‌ତ୍ବାଧୀନ କେରଳ କଂଗ୍ରେସ ୧ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ବିଜେପିର ଜାତୀୟ ମହାସଚିବ ମୂରଲୀଧର ରାଓ ସୂଚନା ଦେଇଛନ୍ତି ।

କେତେକ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ତିରୁଅନନ୍ତପୁରମରୁ ବିଜେପି ମିଜୋରାମର ପୂର୍ବତନ ରାଜପାଳ କେ.ରାଜଶେଖରନଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ଏହି ଆସନ ପାଇଁ କଂଗ୍ରେସରୁ ଶଶୀ ଥରୁର ଲଢୁଛନ୍ତି । ତେବେ କେରଳରେ କଂଗ୍ରେସ ଓ ବାମଦଳ ମଧ୍ୟରେ ଆସନ ବୁଝାମଣା ସଂପର୍କରେ ଏବେସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

କେରଳରେ ମୋଟ ୨୦ଟି ଲୋକସଭା ଆସନ ରହିଛି ଓ ଏହି ସମସ୍ତ ଆସନରେ ଆସନ୍ତା ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧିତ ଖବର