ମଧ୍ୟପ୍ରଦେଶରେ ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟିପାରେ ସୁମିତ୍ରା ମହାଜନଙ୍କ ଟିକେଟ

ଭୋପାଳ : ବିଜେପି ଆଜି ମଧ୍ୟପ୍ରଦେଶର ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲାଘାଟ ଓ ଖାରଗୋନ ଆସନର ବର୍ତ୍ତମାନଥିବା ଏମପି ମାନଙ୍କୁ ଟିକେଟ ଦିଆଯାଇନାହିଁ । ଏହି ଦୁଇଜଣ ହେଲେ ବୋଧ ସିଂ ଭଗତ ଓ ସୁଭାସ ପଟେଲ । ସେମାନଙ୍କ ବଦଳରେ ଧଲ ସିଂ ବିସେନ ଓ (ବାଲାଘାଟ) ଓ ଗଜେନ୍ଦ୍ର ପଟେଲଙ୍କୁ ଟିକେଟ ଦିଆଯାଇଛି । ଦଳ ଏପର୍ଯ୍ୟନ୍ତ ୨୯ରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି । ତେବେ ଇନ୍ଦୋର ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଏହି ଆସନରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏମପି ଅଛନ୍ତି । ତାଙ୍କୁ ଟିକେଟ ଦିଆନଯିବାର ସମ୍ଭାବନା ବ୍ୟକ୍ତ କରାଯାଉଛି ।

ଏକ ଦଳୀୟ ନିଷ୍ପତ୍ତିକ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ ଦେଉନାହିଁ । ଏହା ପୂର୍ବରୁ ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟକୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଥିଲା । ସେହିପରି ୭୮ ବର୍ଷୀୟ ମୂରଲୀ ମୋନୋହର ଜୋଷୀଙ୍କ ଟିକେଟ ମଧ୍ୟ କଟିଛି । ଏହି କ୍ରମରେ ୭୬ ବର୍ଷିୟା ସୁମିତ୍ରାଙ୍କ ଟିକେଟ ମଧ୍ୟ କଟାଯାଇପାରେ ।

ସମ୍ବନ୍ଧିତ ଖବର