ୟୁପି, କର୍ଣ୍ଣାଟକ ଓ ଆସାମର ୪ଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସାମ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ୪ଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୩ଟି ରାଜ୍ୟ ଭିତରୁ କର୍ଣ୍ଣାଟକ ପାଇଁ ୨ଟି ପ୍ରାର୍ଥୀଙ୍କ ନାମ, ଆସାମ ପାଇଁ ଜଣେ ଓ ଉତ୍ତରପ୍ରଦେଶ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ବିଜେପି ଓଡ଼ିଶାର ଏକ ନିର୍ବାଚନ ମଣ୍ଡଳୀ ପାଇଁ ବି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

 

ଆସାମର ନାଓଗାଓଁ ସଂସଦୀୟ କ୍ଷେତ୍ରରୁ ପାର୍ଟି ଟିକେଟ୍‌ ମିଳିଛି ରୁପକ ଶର୍ମାଙ୍କୁ। ସେହିପରି ଅଶ୍ୱୟନ୍ତ ନରଇନ୍‌ଙ୍କୁ କର୍ଣ୍ଣାଟକର ଗ୍ରାମାଞ୍ଚଳ ବେଙ୍ଗାଲୁରରୁ ଓ ତେଜ୍ୱସି ସୂର୍ଯ୍ୟଙ୍କୁ ଦକ୍ଷିଣ ବେଙ୍ଗାଲୁରରୁ ଟିକେଟ୍‌ ମିଳିଛି। ସେହିପରି ଉତ୍ତରପ୍ରଦେଶର ହାଥରସରୁ ରାଜବୀର ସିଂହ ବାଲ୍ମିକୀଙ୍କୁ ଟିକେଟ୍‌ ମିଳିଛି। ସେହିପରି ଗତକାଲି ଓଡ଼ିଶାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି।

ସମ୍ବନ୍ଧିତ ଖବର