୮୪ ଶିଖ ବିରୋଧୀ ଦଙ୍ଗା; ଲୋକଙ୍କୁ ମାରିବା ପାଇଁ ସିଧାସଳଖ ନିର୍ଦ୍ଦେଶ ରାଜୀବ ଗାନ୍ଧିଙ୍କ ଅଫିସରୁ ଆସୁଥିଲା : ବିଜେପି

ନୂଆଦିଲ୍ଲୀ : ପୂର୍ବ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିତା ରାଜୀବ ଗାନ୍ଧୀଙ୍କ ଉପରେ ନିଜର ଆକ୍ରମଣ ଅବ୍ୟାହତ ରଖିଛି ବିଜେପି । ଆଜି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗାରେ ରାଜୀବ ଗାନ୍ଧିଙ୍କର ସିଧାସଳଖ ସଂପୃକ୍ତି ରହିଛି । ଶିଖମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ସିଧାସଳଖ ରାଜୀବ ଗାନ୍ଧିଙ୍କ ଅଫିସରୁ ଆସୁଥିଲା । ଏହି ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନଙ୍କ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ରହିଛି ବୋଲି ବିଜେପି କହିଛି । ସ୍ୱାଧୀନତା ପରେ ଏହା ଭାରତର ସବୁଠାରୁ ବଡ଼ ଗଣହତ୍ୟା, ଯେଉଁଥିଲେ ଏକ ସରକାର ନିଜ ନାଗରିକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ ଯେ ୧୯୮୯ରେ ରାଜୀବ ଗାନ୍ଧି ନୌସେନାର ଏକ ଯୁଦ୍ଧପୋତ ଆଇଏନଏସ ବିରାଟକୁ ନିଜର ପିକନିକ ପାଇଁ ବ୍ୟବହାର କରିଥିଲେ । ଲକ୍ଷଦ୍ୱୀପରେ ହୋଇଥିବା ଏହି ପିକନିକରେ ସୋନିଆ ଗାନ୍ଧିଙ୍କ ପରିବାର ଲୋକ ଭାଗନେଇଥିଲେ ।

ସମ୍ବନ୍ଧିତ ଖବର