ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦୁଇ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଦ୍ୱିତୀୟ ତାଲିକା ସହିତ ବିଜେପି ହରିୟାଣାର ୯୦ଟି ସିଟ୍ ମଧ୍ୟରୁ ୮୮ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ତାଲିକାରେ ୬୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦୁଇଟି ଆସନରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ଏହାରି ଭିତରେ ଜଣେ ବିଜେପି ପ୍ରାର୍ଥୀ ତାଙ୍କ ଟିକେଟ ଫେରାଇଦେଇଛନ୍ତି |
ପିହୋବାରୁ ବିଜେପି ପ୍ରାର୍ଥୀ କମ୍ବଲଜିତ ସିଂ ଅଜ୍ରାନାଙ୍କୁ ଟିକେଟ ମିଳିଥିବାବେଳେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଛନ୍ତି ଏବଂ ଦଳକୁ ଟିକେଟ୍ ଫେରସ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂଙ୍କ ଟିକେଟ କାଟି ପିହୋବାରୁ କମ୍ବଲଜିତଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ସ୍ଥାନୀୟ ବିଜେପି ନେତା ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ | ଆଉ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।
ଏସବୁକୁ ଦେଖି ସେ ଟିକେଟ ଫେରାଇଦେଇଛନ୍ତି | ଉଲ୍ଲେଖ ଥାଉ କି ୨୦୧୯ ବିଧାନସଭା ନିର୍ବାଚନରେ ​​ବିଜେପି ପୂର୍ବତନ ଭାରତୀୟ ହକି ଅଧିନାୟକ ସନ୍ଦୀପ ସିଂଙ୍କୁ ପ୍ରାର୍ଥୀ କରିଥିଲା | ସେ କଂଗ୍ରେସର ମନଦୀପ ସିଂଙ୍କୁ ୫୩୧୪ ଭୋଟରେ ପରାସ୍ତ କରିଥିଲେ । ଯେତେବେଳେ ବିଜେପି ସରକାର ଗଠନ ହେଲା ସେତେବେଳେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ କରାଯାଇଥିଲା। କିନ୍ତୁ ଗତ ବର୍ଷ ଜଣେ ଜୁନିଅର ମହିଳା ପ୍ରଶିକ୍ଷକ ତାଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ହେତୁ ଦଳ ତାଙ୍କୁ ଏଥର ଟିକେଟ ଦେଇ ନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
