ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ସରି ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବା ବେଳେ ନେତାମାନେ ନିଜ ନିଜର ପ୍ରଚାର ପ୍ରସାରକୁ ବଢ଼ାଇଛନ୍ତି । ଖରାକୁ ଖାତିର ନ କରି ନେତାମାନେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏ ମଧ୍ୟରେ ଅଭିନେତ୍ରୀ ତଥା ଚଣ୍ଡିଗଡ଼ର ବିଜେପିର ପ୍ରାର୍ଥୀ ଥିବା କିରଣ ଖେର୍ ଖରା ତରାରୁ ବଞ୍ଚିବା ପାଇଁ ଏକ ହାଇଟେକ୍ ଉପାୟ ଆପଣାଇଥିବା ଜଣା ପଡ଼ିଛି । ଦିନରେ ଟୁଇଟ୍ର ଜରିଆରେ ପ୍ରଚାର କରିବା ସହ ସଂନ୍ଧ୍ୟା ସମୟରେ ବିଭିନ୍ନ ଜନସଭାରେ ଯୋଗ ଦେଉଛନ୍ତି କିରଣ ।
/sambad/media/post_attachments/wp-content/uploads/2019/04/qq-9-300x195.jpg)
ଦିନ ୩ଟା ୨୦ମିନିଟ୍ରେ ଥିବା ସଭାକୁ କିରଣ ଖେର୍ ବଦଳାଇ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରଖିଥିଲେ ବୋଲି ଜଣା ପଡ଼ିଛି । ତେବେ ତାଙ୍କର ଏଭଳି ଅଇଡିଆ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖା ଯାଇଛି । କିରଣ ଖରାରୁ ବଞ୍ଚିବା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି, ତାହାକୁ ଲୋକେ ତାଙ୍କର ହାଇଟେକ୍ ଆଇଡିଆ ବୋଲି କହିବା ଆରମ୍ଭ କରିଛନ୍ତି । କଂଗ୍ରେସ ତରଫରୁ ପବନ କୁମାର ବଂଶଲ କିରଣ ଖେର୍ଙ୍କୁ ଟକ୍କର ଦେଉଥିବା ଜଣା ପଡ଼ିଛି ।