ରିଗିଂ ଓ କ୍ୟାପଚରିଂ ହୋଇଥିବା ବୁଥ ଗୁଡିକରେ ପୁନଶ୍ଚ ଭୋଟିଂ କରିବାକୁ ଦାବି ଜଣାଇଲା ବିଜେପି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଭାବେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛି । ମୟୁରଭଂଜ ଲୋକସଭାର ମୋରଡା ନିର୍ବାଚନ ମଣ୍ଡଳୀରେ ୪୦, ୧୨୨, ୧୩୫, ୧୫୭ ଏବଂ ୧୬୬ ବୁଥରେ ବିଜେଡି ଗୁଣ୍ଡାମାନେ ହିଂସା ଭିଆଇ ବୁଥ କ୍ୟାପଚରିଙ୍ଗ କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦେଉଛନ୍ତି । ଏଥି ସହ ବିଜେଡି ଗୁଣ୍ଡାମାନେ ଭୋଟରଙ୍କୁ ଟଙ୍କା ବାଂଟିବା ସହ ବିଜେପି ଏଜେଂଟ ମାନଙ୍କ ବଳପୂର୍ବକ ବୁଥ ଭିତରୁ ବାହାର କରୁଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ୨୮ ନଂ ବୁଥରେ ବିଜେପି ଏଜେଂଟକୁ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରି ବୁଥ ବାହାରକୁ ପଠାଇ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ବୁଥ କ୍ୟପଚରିଂ କରାଯାଇଛି ।

ସେହିପରି ଆଳି ନିର୍ବାଚନ ମଣ୍ଡଳୀର ସିନିଗିରି ବଜାର ୩୧୦ ନଂ ବୁଥକୁ ବିଜେଡି ଗୁଣ୍ଡାମାନେ କ୍ୟାପଚରିଂ କରିଛନ୍ତି । ଏହି ବବୁଥରେ ପ୍ରିଜାଡିଙ୍ଗ ଅଫିସର, ପୁଲିଂ ଅଫିସରଙ୍କ ସମେତ ବିଜେଡି ଗୁଣ୍ଡାମାନେ ମତଦାତାଙ୍କ ପରିବର୍ତ୍ତେ ନିଜେ ଭୋଟ ଦେଉଛନ୍ତି । ଧର୍ମଶାଳା ର୍ନିବାଚନ ମଣ୍ଡଳୀର ଚହତା ଗ୍ରାମ ପଂଚାୟତ ୧୭୩ ନଂ ବୁଥରେ ବିଜେଡି ଗୁଣ୍ଡାମାନେ ବିଜେପି ପୁଲିଙ୍ଗ ଏଜେଂଟ ମନୋଜ କୁମାର ରାଉଳ ଏବଂ ଜଣେ ସମିତି ସଭ୍ୟଙ୍କୁ ନୃଶଂସ ଭାବେ ଆକ୍ରମଣ କରଛନ୍ତି । ସେହି ଚହତା ପଂତାୟତର ୧୭୪ ନଂ ବୁଥକୁ ବିଜେଡି ଗୁଣ୍ଡାମାନେ ଜବରଦସ୍ତି କ୍ୟାପଚରିଂ କରିଛନ୍ତି । ଯାଜପୁର ନିର୍ବାଚନ ମଣ୍ଡଳୀର ଅକଡାପଡା ପଂଚାୟତର ୧୫୪ ନଂ ବୁଥରେ ବିଜେପି ପୁଲିଂ ଏଜେଂଟକୁ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରି ବୁଥରୁ ବାହାର କରିଦେଇଛନ୍ତି । ଏହି ବୁଥରେ ବିଜେଡି ଗୁଣ୍ଡା ସମସ୍ତ ଭୋଟରଙ୍କ ଭୋଟ ନିଜେ ଦେଉଛନ୍ତି ।

ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ର୍ନିବାଚନ କମିଶନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ଘଟଣାର ତଥ୍ୟ ପ୍ରମାଣ ପ୍ରଦାନ କରିବା ସହ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ବୁଥ ଗୁଡିକରେ ପୁନଶ୍ଚ ଭୋଟିଂ କରିବା, ସିସିଟିଭି ମାଧ୍ୟମରେ ବୁଥ ଉପରେ କଡା ନଜର ରଖିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ପାଇଁ ଦାବି ଜଣାଇଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ,ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ର୍ନିବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର