ଶାସକ ବିଜେଡି ରିଗିଂ ଏବଂ କ୍ୟାପଚରିଂ କରିଥିବା ୬୪ଟି ବୁଥ୍‌ରେ ସାନି ମତଦାନ କରାଯାଉ: ବିଜେପି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ସରିଯାଇଥିବା ବେଳେ ରାଜ୍ୟରେ ବିଜେଡି ବିରୋଧରେ ସାଧାରଣ ଲୋକେ ମତଦାନ ଦେଇଛନ୍ତି ଏକଥା ସ୍ପଷ୍ଟ ହୋଇସାରିଛି। କ୍ଷମତା ଚାଲିଯିବା ଭୟରେ ଭୟଭୀତ ହୋଇଥିବା ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତାମାନେ ରକ୍ତମୁଖା ସାଜି ସାରା ଓଡିଶାରେ ହିଂସାତ୍ମକ ଆଚରଣ ଦେଖାଉଥିବା ବେଳେ ଏଥିରେ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜି ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟକରୁଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅସହାୟତା ପ୍ରକାଶ କରୁଛନ୍ତି । ନୀଳ ଗାମୁଛାରେ ଶଙ୍ଖ ଚିହ୍ନ ଥାଇ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତାମାନେ ବୁଥ୍‌ ଭିତରକୁ ପ୍ରବେଶ କରି ଭୋଟରମାନଙ୍କୁ ପ୍ରଭାବିତ କରାଇବା ସହ ଇଭିଏମ ମେସିନ ଦବାଇବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଆଜି ଖବରକାଗଜ ପ୍ରକାଶ ପାଇଛି ।

ବିଜେଡି ଦଳର ନେତା ଏବଂ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରପଡାର ଲୋକସଭା ମଣ୍ଡଳୀର ଆଳିର ବୁଥ୍‌ ନମ୍ବର-୩୧୦, ରାଜନଗର ନିର୍ବାଚନୀ ମଣ୍ଡଳୀର ବୁଥ ନମ୍ବର ୧୬୦, ମାହାଙ୍ଗା ବିଧାନସଭା ମଣ୍ଡଳୀ, ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ବୁଥ ନମ୍ବର ୧୪୮, ୯୫, ୧୪୮,୧୫୮, ୮୦, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୮୧ ଏବଂ ୧୮୨, ବରି, ବଡଚଣା, ଭଦ୍ରକ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୩୦, ୧୩୧, ୧୩୨, ୨୩୦, ୨୩୧, ୨୩୨ ଏବଂ ବାଲେଶ୍ୱର ନିର୍ବାଚନୀ ମଣ୍ଡଳୀରେ ବିଜେଡି ଦଳ ସମୁଦାୟ ୬୪ଟି ବୁଥରେ ବୁଥ୍‌ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି ।

ବିଜୁ ଜନତା ଦଳର ଗୁଣ୍ଡାମାନେ ବୁଥ ଭିତରେ ଗୁଣ୍ଡା ଗର୍ଦି କରିଥିବାର ଭିଡିଓ ସୋସିଆଲ ମେଡିଆରେ ଘୁରି ବୁଲୁଛି । ସମୁଦାୟ ୬୪ଟି ବୁଥରେ ଆଉ ଥରେ ମତଦାନ କରାଇବା ଦାବିରେ ସମସ୍ତ ତଥ୍ୟ ପ୍ରମାଣ ସହ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତିି। ଅନେକ ବୁଥ୍‌ରେ ବିଜେଡି ଦଳର ଗୁଣ୍ଡାମାନେ ବିଜେପିର କାଯ୍ୟର୍କର୍ତ୍ତା ଏବଂ ଏଜେଟଂମାନଙ୍କୁ ରକ୍ତମୁଖା ସାଜି ମାଡ ମାରିବା ସହ ବୁଥ୍‌ ଭିତରକୁ ପ୍ରବେଶ କରିବାକୁ ଦେଇନାହାନ୍ତି।

ସିସିଟିଭି ମାଧ୍ୟମରେ ବୁଥ ଉପରେ କଡା ନଜର ରଖିବା ସହ କେନ୍ଦ୍ରୀୟ ସୁରକ୍ଷାବଳ ମୃତୟନ କରିବା ପାଇଁ ଦାବି ଜଣାଯାଇଥିଲା ଯାହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କରାଇଦେଲେନାହିଁ । ଫଳରେ ଏପରି ଅଘଟଣ ମାନ ଘଟିଲା । ରାଜ୍ୟରେ ମୁକ୍ତ, ଅବାଧ ଏବଂ ନିରେପକ୍ଷ ନିର୍ବାଚନ କରିବାକୁ ଉଚିତ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଧୀ ସାମଲ, ରାଜ୍ୟ ମୁଖପାତ୍ର ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ନିର୍ବାଚନ ପ୍ରକୋଷ୍ଟର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର