ପାନାଜୀ ବିଧାନସଭା ଆସନ : ମନୋହର ପାରିକରଙ୍କ ପୁଅକୁ ଟିକେଟ ଦେଲା ନାହିଁ ବିଜେପି

ନୂଆଦିଲ୍ଲୀ : ଗୋଆର ପାନାଜୀ ବିଧାନସଭା ଆସନ ପାଇଁ ଆସନ୍ତା ମଇ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଏହି ଆସନଟି ଖାଲି ରହିଛି । ଏହି ଆସନ ପାଇଁ ମନୋହରଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରାଯିବାନେଇ ପୂର୍ବରୁ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ବିଜେପି କିନ୍ତୁ ଜଣେ ପୂର୍ବତନ ବିଧାୟକ ସିଦ୍ଧାର୍ଥ କୁନକୋଲିଏଙ୍କରଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ଏହି ଘୋଷଣା ସହ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ଏହା ପୂର୍ବରୁ ଗତ ମାସରେ ମନୋହର ପାରିକରଙ୍କ ଦୁଇ ପୁଅ ଉତ୍ପଲ ଓ ଅଭିଜାତ ରାଜନୀତିକୁ ଆସିବାକୁ ସଂକେତ ଦେଇଥିଲେ । ନିଜର ପିତାଙ୍କ ରାଜନୈତିକ ଆଦର୍ଶକୁ ଆଗକୁ ନେବା ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ । ଏ ନେଇ ଦୁଇ ଭାଇ ଏକ ମିଳିତ ବକ୍ତବ୍ୟ ଜାରି କରିଥିଲେ । ବିଜେପି ମହଲରେ ଆଲୋଚନା ହେଉଥିଲା ଯେ ଉତ୍ପଲ ଓ ଅଭିଜାତ ଆଗାମୀ ଲୋକସଭା ଓ ତାଙ୍କ ପିତାଙ୍କ ପରଲୋକ ପରେ ଖାଲି ପଡିଥିବା ପାନାଜୀ ଆସନରୁ ବିଧାନସଭା ଉପ-ନିର୍ବାଚନ ଲଢିପାରନ୍ତି ।

ସମ୍ବନ୍ଧିତ ଖବର