କାଲିମେଳା : ଦୁଷ୍କର୍ମ ମାମଲାରେ ବିଜେପି ନେତା ଗିରଫ

କାଲିମେଳା : ଏକ ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁର୍ଗା ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ । ଯୁବତୀ ଜଣକ ବର୍ତ୍ତମାନ ବିବାହ କରି ନୂଆଦିଲ୍ଲୀରେ ରହୁଥିବା ବେଳେ ଏବେ ବି ସମ୍ପୃକ୍ତ ଯୁବକ ଜଣକ ଅଶ୍ଳୀଳ ମେସେଜ ପଠାଉଥିବାର ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ  । ଯୁବତୀ ଏ ସମ୍ପର୍କରେ ନୂଆଦିଲ୍ଲୀର ଏକ ଥାନାରେ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଏ ସମ୍ପର୍କରେ ନୂଆଦିଲ୍ଲୀ ପୁଲିସ କାଲିମେଳା ପୁଲିସକୁ ସୂଚନା ଦେବା ପରେ ଆଜି କାଲିମେଳା ପୁଲିସ ଅବଦୁତ ପ୍ରସାଦ ଦୁର୍ଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି । ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ମାମଲା ସହ ଆଇଟି ଆକ୍ଟ ଓ ପୋକସୋ ଧାରାରେ ଗିରଫ କରାଯାଇଥିବାର ଜଣା ପଡିଛି । ଗିରଫ ଅବଦୁତ ପ୍ରସାଦ ଦୁର୍ଗା କାଲିମେଳା ବିଜେପି ମଣ୍ଡଳ ସଭାପତି ଅଛନ୍ତି ।

ସମ୍ବନ୍ଧିତ ଖବର