ଫେସବୁକରେ ନିର୍ବାଚନୀ ବିଜ୍ଞାପନ, ସବୁଠାରୁ ଆଗରେ ବିଜେପି, ୩ୟ ସ୍ଥାନରେ ବିଜେଡି

ନୂଆଦିଲ୍ଲୀ : ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି । ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ ଫେସବୁକ ବିଜ୍ଞାପନରେ କେତେ ବ୍ୟୟ କରିଛନ୍ତି ତାହାର ଏକ ରିପୋର୍ଟ ( ଫେସବୁକ ଆଡ ଲାଇବ୍ରେରୀ ରିପୋର୍ଟ) ସାମନାକୁ ଆସିଛି ।

ବିଭିନ୍ନ ଦଳମାନେ ଏହି ଦୁଇମାସରେ ଫେସବୁକରେ ମୋଟ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ଦେଇଛନ୍ତି । ଫେସବୁକ ବିଜ୍ଞାପନରେ ବିଜେପି ସବୁଠାରୁ ଆଗରେ ଥିବାବେଳେ ତାପଛକୁ ରହିଛି କଂଗ୍ରେସ । କିନ୍ତୁ ଆଶ୍ଚର୍ଯ୍ୟଜନକ ହେଉଛି ଯେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ଏହି ତାଲିକାର ୩ୟ ସ୍ଥାନରେ ରହିଛି । ବିଜେପି ଏହି ଦୁଇମାସରେ ଫେସବୁକରେ ପ୍ରାୟ ୩୭୦୦ ଟି ବିଜ୍ଞାପନ ଦେଇଥିବାବେଳେ ଏଗୁଡ଼ିକର ମୂଲ୍ୟ ୨.୨୩ କୋଟି ଟଙ୍କା ରହିଛି । ଭାରତକେ ମନ କି ବାତ ପେଜ ମାଧ୍ୟମରେ ବିଜେପି ଏସବୁ ବିଜ୍ଞାପନ ଦେଇଛି । ସେହିପରି ଆଉ ଦୁଇଟି ପେଜ ‘ମାଇଁ ଫାଷ୍ଟ ଭୋଟ ଫର ମୋଦି’ ଓ ‘ନେସନ ଓ୍ଵିଥ ନମୋ’ ମାଧ୍ୟମରେ ଆଉ ୩୬.୨ ଲକ୍ଷ ଟଙ୍କା ବ୍ୟୟ କରିଛି । ସେହିପରି କଂଗ୍ରେସ ୪୧୦ଟି ବିଜ୍ଞାପନ ଦେଇ ପ୍ରାୟ ୫.୯୧ ଲକ୍ଷ ଟଙ୍କା ବ୍ୟୟ କରିଛି । ବିଜୁ ଜନତା ଦଳ ୮.୫୬ ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ଟିଡିପି ୧.୫୮ଲକ୍ଷ ଟଙ୍କା ବ୍ୟୟ କରିଛି ।

ସମ୍ବନ୍ଧିତ ଖବର