ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ ରାଓ, ପେଡାପଲ୍ଲୀରୁ ଏସ.କୁମାର, ଜହିରାବାଦରୁ ବନଲା ଲଖମ ରେଡ୍ଡୀ,ହାଇଦ୍ରାବାଦରୁ ଡଃ ଭଗବନ୍ତ ରାଓ, ଚେଲଭେଲ୍ଲାରୁ ବି.ଜନାର୍ଦ୍ଦନ ରେଡ୍ଡୀ,ଖମାମରୁ ବାସୁଦେବ ରାଓ, ଉତ୍ତରପ୍ରଦେଶର କାଇରାନାରୁ ପ୍ରଦୀପ ଚୌଧୁରୀ, ନାଗିନାରୁ ଡଃ ୟଶବନ୍ତ, ବୁଲନ୍ଦ ସହରରୁ ଭୋଲା ସିଂଙ୍କୁ ଟିକେଟ ଦିଆଯାଇଛି । ସେହିପରି ପଶ୍ଚିମବଙ୍ଗର ଜଙ୍ଗିପୁରରୁ ମାଫୁଜା ଖାତୁନ ଓ କେରଳର ପଥାମଟିଥାରୁ କେ.ସୁରେନ୍ଦ୍ରନଙ୍କୁ ଟିକେଟ ଦିଆଯାଇଛି । ଏ ସଂପର୍କରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ଘୋଷଣା କରାଯାଇଛି ।

Advertisment

ଏହା ପୂର୍ବରୁ  ବିଜେପି ପକ୍ଷରୁ  ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବିଭିନ୍ନ ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଏହା ସହିତ ମେଘାଳୟର ସେଲସେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଦର୍ଶୋ ସାଙ୍ଗମାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

publive-image