ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଆଜି ସକାଳେ ଜେଲରୁ ବାହାରିଛନ୍ତି। ଜେଲରେ ତାଙ୍କର ସମୟ ଖୁବ୍ ଭଲରେ କଟିଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କ ସେବା ଜାରି ରଖିବେ ବୋଲି ଆକାଶ ବିଜୟବର୍ଗୀୟ କହିଛନ୍ତି ।
ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିବା ମାମଲାରେ ଭୋପାଳର ସ୍ୱତନ୍ତ୍ର ଅଦାଲତ ଆକାଶଙ୍କୁ ଶନିବାର ଦିନ ଜାମିନ ପ୍ରଦାନ କରିଥିଲେ। ମାତ୍ର ଲକ୍ଅପ୍ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ନ ଦେବାରୁ ତାଙ୍କୁ ଆହୁରି ଗୋଟିଏ ରାତି ଜେଲରେ ବିତାଇବାକୁ ପଡ଼ିଥିଲା ।
/sambad/media/post_attachments/wp-content/uploads/2019/06/26_06_2019-akash_vijayvargiya.jpg)
photo-live hindustan
ଜେଲରୁ ମୁକୁଳିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଜନତାଙ୍କ ସେବା ଜାରି ରଖିବେ । ଜେଲରେ ବହୁତ ଭଲ ସମୟ ବିତିଲା । ଏଭଳି ସ୍ଥିତିରେ ଯେତେବେଳେ ଜଣେ ମହିଳାଙ୍କୁ ପୁଲିସ ସାମ୍ନାରେ ଘୋଷାଡ଼ି ନେଇକରି ଯାଉଥିଲ, ସେତେବେଳେ ସେ କିଛି କରି ପାରୁ ନ ଥିଲେ। ତେଣୁ ତାଙ୍କୁ ବାଧ୍ୟ ହୋଇ ବ୍ୟାଟ୍ ଧରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି ।ଏଥିପାଇଁ ସେ ଲଜ୍ଜିତ ନୁହନ୍ତି ବୋଲି ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ କହିଛନ୍ତି । କିନ୍ତୁ ପୁଣି ଥରେ ବ୍ୟାଟିଂ କରିବାକୁ ଯେପରି ତାଙ୍କୁ ନ ପଡ଼େ, ସେଥିପାଇଁ ଭଗବାନଙ୍କ ପାଖରେ ସେ ପ୍ରାର୍ଥନା କରିଛନ୍ତି ବୋଲି ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/akash_vijayvargiya-live-hindustan.jpg)