ଭୁବନେଶ୍ୱର: ପରାଜୟ ଭୟରେ ବିଜେଡି ଏବେ ମିଥ୍ୟା ବିଜ୍ଞାପନର ସାହାରା ନେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିଥ୍ୟା ବିଜ୍ଞାପନ ଦେଇ ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡି କରୁଥିବା ପ୍ରୟାସ କେବେ ସଫଳ ହେବ ନାହିଁ । ମିଛକୁ ଯେତେ ବଡ ପାଟିରେ ଚିତ୍କାର କରି କହିଲେ ମଧ୍ୟ ମିଥ୍ୟା କେବେ ସତ ହେବ ନାହିଁ କି ଓଡିଶାର ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ । ବାରିପଦା ମେଡିକାଲ କଲେଜରେ ନାମ ଲେଖାରେ କେନ୍ଦ୍ର ସରକାର ବାଧକ ସାଜୁଥିଲେ ବୋଲି ବିଜେଡି ଆଜି ଅନେକ ଖବର କାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦେଇଛି । ହେଲେ ବାସ୍ତବରେ କେନ୍ଦ୍ର ସରକାରଙ୍କର ଅନୁଦାନରେ ହିଁ ବାରିପଦା ସମେତ ବାଲେଶ୍ୱର, କୋରାପୁଟ, ପୁରୀ ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନା ହୋଇପାରିଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଏକ ଅଧା ଚିଠିକୁ ବିଜେଡି ଦେଖାଇ ନିଜର ଅପାରଗତା ଓ ବିଫଳତାକୁ ଲୁଚାଇବାର ପ୍ରୟାସ କରିଛି । ନବୀନ ବାବୁ ତାଙ୍କ ଅପାରଗତା ଓ ବିଫଳତାକୁ ଲୁଚାଇବାର ଯେତେ ପ୍ରୟାସ କଲେ ବି ଓଡିଶା ଲୋକ ସବୁ ବୁଝି ସାରିଲେଣି, ଏହାର ଜବାବ ଲୋକେ ଏବେ ଭୋଟ ମାଧ୍ୟମରେ ଦେଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଶାସକ ବିଜେଡି ତାର ବିଜ୍ଞାପନରେ ଏକ ସରକାରୀ ଚିଠିକୁ ଅଧା ଦେଖାଇ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଘଂନ କରୁଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଏହା ଉପରେ ବିଜୁ ଜନତା ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Prakash-Mishra1.jpg)