ମମତା ବାନାର୍ଜୀ, ଅମରିନ୍ଦର ସିଂ ନିର୍ବାଚନ ଜିତିଲେ ଇଭିଏମ ଠିକ ଅଛି, ଆମେ ଜିତିଲେ ଇଭିଏମ ଉପରେ ଭରଷା ନାହିଁ : ବିଜେପି

ନୂଆଦିଲ୍ଲୀ : ଇଭିଏମକୁ ନେଇ ଆଜି ୨୨ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିବାବେଳେ ତାହାକୁ ସମାଲୋଚନା କରିଛି ବିଜେପି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କରପ୍ରସାଦ କହିଛନ୍ତି ଯେ ମମତା ବାନାର୍ଜି ଦୁଇଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେଲେ କିମ୍ବା କିମ୍ବା କ୍ୟାପଟେନ ଅମରିନ୍ଦର ସିଂ ନିର୍ବାଚନ ଜିତିଲେ ଇଭିଏମ ଉପରେ କୌଣସି ପ୍ରଶ୍ନ ଉଠାଯାଏ ନାହିଁ । କିନ୍ତୁ ଯେତେବେଳେ ଆଶା କରାଯାଉଛି ଯେ ଆମେ (ଏନଡିଏ) ଜିତିବୁ ଓ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ ସେତେବେଳେ ଇଭିଏମ ଉପରୁ ଭରଷା ତୁଟିଯାଉଛି । ବିଜେପି ସେମାନଙ୍କ ଏହି କାର୍ଯ୍ୟକୁ ନିନ୍ଦା କରୁଛି ଓ ନିର୍ବାଚନରେ ପରାଜୟକୁ ବିନୟର ସହ ଗ୍ରହଣ କରିବାକୁ ନିବେଦନ କରୁଛି ।

୨୨ ଟି ବିରୋଧୀ ଦଳର ନେତାମାନେ ଆଜି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଗଣତି ଆରମ୍ଭ ପୂର୍ବରୁ ଭିଭିପାଟ୍ ଗଣତି କରି ତାହାକୁ ଇଭିଏମ ସହିତ ମିଳାଇବାକୁ ଦାବି କରିଛନ୍ତି । ଯଦି ଏଥିରେ ଅସଙ୍ଗତି ଦେଖା ଦିଏ ତେବେ ଉକ୍ତ ନିର୍ବାଚନ ମଣ୍ଡଳୀର ସବୁ ଭୋଟ ଗ୍ରହଣ କେନ୍ଦ୍ରର ଇଭିଏମ ସହ ଭିଭିପାଟ୍ ଗଣତି ମେଳାଇବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର