କ୍ଷମତାକୁ ଆସିଲେ ଆୟକର ଛାଡ ସୀମା ଆହୁରି ବଢାଇବ ବିଜେପି

ନୂଆଦିଲ୍ଲୀ : ଦେଶର ୨୦ ପ୍ରତିଶତ ସବୁଠୁ ଗରିବ ଲୋକମାନଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେବାକୁ କଂଗ୍ରେସ ନିଜ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । ଏହା ଦ୍ୱାରା କଂଗ୍ରେସ ଗରିବ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଆଜି ବିଜେପି ପକ୍ଷରୁ ଜାରି ସଂକଳ୍ପପତ୍ରରେ ଦେଶର ମଧ୍ୟବିତ୍ତ ଶ୍ରେଣୀକୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯାଇଛି । ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

ଗତ ବଜେଟରେ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଆୟକର ଛାଡ ସୀମାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇଦେଇଥିଲେ । ଏହା ଦ୍ୱାରା ଦେଶର ବେତନଭୋଗୀ ମଧ୍ୟବିତ୍ତଶ୍ରେଣୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ବିଜେପିର ଏହି ଘୋଷଣାପତ୍ରରେ ଆସନ୍ତା ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର