ସିମଲା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟାମ ଜାଜୁ କହିଛନ୍ତି ଯେ ନିଜର ପରାଜୟକୁ ନେଇ ଆଶଙ୍କିତ ଅବସ୍ଥାରେ ଅଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମମତାଙ୍କ ଭିତରେ ଏବେ ଟିକେ ବି ମମତ୍ୱ ନାହିଁ। ଏଣୁ ସେ ନିଜର ନାଆଁ ବଦଳାଇଦେବା ଦରକାର।
ଶ୍ୟାମ ଜାଜୁ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରର ରୋଡ୍ ସୋ’ କରିବା, ସଭା କରିବା, ପ୍ରଚାର ପ୍ରସାର କରିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। କିନ୍ତୁ ଗଣତନ୍ତ୍ରର ତଣ୍ଟି ଚିପି ଏସବୁ ନ କରାଇଦେବା ହେଉଛି ମମତାଙ୍କ ସ୍ୱାର୍ଥପର ଭୋଟ ବ୍ୟାଙ୍କ୍ ରାଜନୀତିର ପରିଚୟ।
ସେ ଅଭିଯୋଗ କରିଛନ୍ତି ଯେ ଟିମ୍ସି ଗୁଣ୍ଡାମାନଙ୍କୁ ଜେଲ୍ରେ ଭର୍ତ୍ତି କରିବା ପରିବର୍ତ୍ତେ ବଣ୍ଡ ଜରିଆରେ ମୁକ୍ତ କରୁଛନ୍ତି। ସେମାନଙ୍କ ମାଧ୍ୟମରେ ରାଜନୈତିକ ହିଂସା ସୃଷ୍ଟି କରାଉଛନ୍ତି ମମତା ବୋଲି ମଧ୍ୟ ସିଧାସଳଖ ଅଭିଯୋଗ ଆଣିଛନ୍ତି ଶ୍ୟାମ ଜାଜୁ। ଲୋକେ ଏହାର ଉଚିତ ଜବାବ୍ ଦେବେ ବୋଲି ସେ ଆଶ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/syam-jajoo.jpg)