ବିଜେପି ବନାମ କଂଗ୍ରେସ : ଜାଣନ୍ତୁ ନିର୍ବାଚନୀ ଇସ୍ତାହାରରେ ଥିବା ୪ଟି ମୁଖ୍ୟ ପାର୍ଥକ୍ୟ

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ସାରିଲେଣି। ତେବେ ଚାଲନ୍ତୁ ଜାଣିବା ଦୁଇ ପକ୍ଷର ଇସ୍ତାହାରରେ କ’ଣ ପାର୍ଥକ୍ୟ ରହିିଛି।

: କଂଗ୍ରେସ ତା’ର ଇସ୍ତାହାର ପତ୍ରରେ କୃଷକମାନଙ୍କର ଭିନ୍ନ ବଜେଟ୍‌ ଉପସ୍ଥାପନ କରିବାକୁ କହିଥିବା ବେଳେ ବିଜେପି ୨୦୨୦ ସୁଦ୍ଧା କୃଷକମାନଙ୍କ ରୋଜଗାର ଦ୍ୱିଗୁଣ କରିବାର ପ୍ରତିଶ୍ରୁତି ଦେଇଛି।

: ‘ନ୍ୟାୟ’ ଯୋଜନା ଜରିଆରେ ପ୍ରତ୍ୟେକ ଗରିବଙ୍କୁ କଂଗ୍ରେସ ନ୍ୟୁନତମ ଆୟ ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣ କରିବାକୁ କହିଥିବା ବେଳେ ବିଜେପି ଦାରିଦ୍ର୍ୟ ସୀମା ରେଖା ତଳେ ଆଉ କେହି ରହିବେ ନାହିଁ। ଯଦିବା କେହି ରୁହନ୍ତି ସେମାନଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ହେବ ନାହିଁ ବୋଲି ଦାବିର ସହ କହିଛି।

: କଂଗ୍ରେସ ସଶସ୍ତ୍ର ବଳର ସ୍ୱତନ୍ତ୍ର ଶକ୍ତି ଉପରେ ଥିବା ଆଇନ୍‌ ଉପରେ ସମୀକ୍ଷା କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ ବିଜେପି ଭାରତୀୟ ସମ୍ବିଧାନରେ ଥିବା ଧାରା ୩୭୦ ଓ ଧାରା ୩୭୦ ଅଧୀନସ୍ଥ ୩୫ଏ ଉପଧାରାର ଉଚ୍ଛେଦ କରିବା ସହ ଏହାର ପୁନସମୀକ୍ଷା କରିବ ବୋଲି କହିଛି।

: କଂଗ୍ରେସ ଦଳର ଇସ୍ତାହାରରେ ୨୦୨୨ ସୁଦ୍ଧା ୨୨ ଲକ୍ଷ ଚାକିରି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ବିଜେପି ନିଯୁକ୍ତି ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର