ବେଙ୍ଗାଲୁରୁ: ପରିବର୍ତ୍ତନ ଯାତ୍ରା ପ୍ରସ୍ତୁତି ବେଳେ ବିଜେପି କର୍ମୀଙ୍କୁ ହତ୍ୟା

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ସନ୍ତୋଷ ନାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଉତ୍ତର ବେଙ୍ଗାଲୁରୁ ଅଞ୍ଚଳ ଜେସି ନଗର ନିକଟସ୍ଥ ଚିନ୍ନପ୍ପା ପାର୍କରେ ଗତ ଜାନୁଆରି ୩୧ରେ ବଜେପିର ପରିବର୍ତ୍ତନ ର‍୍ୟାଲି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୪ ଜଣ ବ୍ୟଙ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

କିଛି ସମୟ ପରେ ଏହି ଘଟଣା ହିଂସାତ୍ମକ ପରିସ୍ଥିତିରେ ପହଞ୍ଚି ଥିଲା। ଆକ୍ରମଣକାରୀ ନିଶାଶକ୍ତ ଥିବାରୁ ତାକୁ ଭଲ ମନ୍ଦ କିଛି ଦେଖାଯାଉ ନ ଥିଲା। ହତ୍ୟାକଣ୍ଡ ସମ୍ପର୍କରେ ପୁଲିସ ସ୍ପଷ୍ଟ କରିଛି। ଏହା ରାଜନୈତିକ ହତ୍ୟାକାଣ୍ଡ ନୁହେଁ ବୋଲି କୁହାଯାଇଛି। କିନ୍ତୁ ବିଜେପି କହିଛି, ଏହା ହେଉଛି ରାଜନୈତିକ ଜନିତ ହତ୍ୟାକାଣ୍ଡ। ପୁଲିସ ଏହି ମାମଲା ସହିତ ଜଡ଼ିତ ଓ୍ଵାସିମ ଓ ଫିଲିପଙ୍କୁ ଗିରଫ କରିଛି। ବସନ୍ତ ନଗର ନିବାସୀ ସନ୍ତୋଷ ଭାଜପା ଯୁବ ମୋର୍ଚ୍ଚାର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର