ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୫ ଓ ୬ରେ ଭୁବନେଶ୍ବରରେ ବହୁ ପ୍ରତିକ୍ଷୀତ ବ୍ଲାକ୍ ସ୍ବାନ ସମ୍ମିଳନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନ୍ୟାସନାଲ ବ୍ୟାଙ୍କ ଅଫ୍ କାମ୍ବୋଡିଆର ଗଭର୍ଣ୍ଣର ଡକ୍ଟର ସି ସେରେ, ଏମ୍ଆଇଆର୍ଏର ସିଇଓ ଇରେନି ଆରିଆସ୍ ହଫ୍ମ୍ୟାନ୍, ଜିଏଫ୍ଟିଏନ୍ର ଅଧ୍ୟକ୍ଷ ରବି ମେନନ, ବଜାଜ ଫିନ୍ସର୍ଭର ସିଏମ୍ଡି ସଞ୍ଜୀବ ବଜାଜ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସହରରେ ଭାରତନେତ୍ର ଷ୍ଟାର୍ଟଅପ୍ ଇନ୍କ୍ୟୁବେଟର ବୁଟ୍କ୍ୟାମ୍ପ୍ ଓ ରୋଡ୍ ସୋ ଆୟୋଜନ କରାଯାଉଛି।
ଚଳିତ ମାସ ୧୯ରେ ଭୁବନେଶ୍ବରଠାରେ ଏହି ବୁଟ୍କ୍ୟାମ୍ପ୍ ଓ ରୋଡ୍ ସୋ ଅନୁଷ୍ଠିତ ହେବ। ଭୁବନେଶ୍ବର ବ୍ୟତୀତ ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ମଧ୍ୟ ଏଭଳି ରେଡ୍ ସୋ ଆୟୋଜନ କରାଯିବ ବୋଲି ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟ୍ୱର୍କ (ଜିଏଫ୍ଟିଏନ୍) ପକ୍ଷରୁ ସୂଚନା ଦିଆଯାଇଛି। ଭାରତନେତ୍ର ରୋଡ୍ ସୋରେ ଷ୍ଟାର୍ଟଅପ୍, ଅନୁଷ୍ଠାନ, ଆର୍ଥିକ ସଂସ୍ଥା, ନିବେଶକ ଏବଂ ଭାରତର ଅଗ୍ରଣୀ ଫିନ୍ଟେକ୍ ହବ୍ଗୁଡ଼ିକ ଅଂଶଗ୍ରହଣ କରିବେ। ଏଥିରେ ସେମାନେ ସହଯୋଗିତା ସୃଷ୍ଟି କରିପାରିବେ ଏବଂ ଅଭିବୃଦ୍ଧି ପଥ ଆବିସ୍କାର କରିପାରିବେ। ଓଡ଼ିଶାକୁ ଏକ ଅଗ୍ରଣୀ ଫିନ୍ଟେକ୍ ଓ ଇନ୍ସିଓର୍ଟେକ୍ ହବ୍ ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହିପରି, ପ୍ରତିଷ୍ଠାତାମାନଙ୍କ ବ୍ୟବସାୟ ମଡେଲ୍କୁ ସୁଦୃଢ଼ କରିବା, ଉତ୍ପାଦକୁ ବଜାର ପାଇଁ ପ୍ରସ୍ତୁତ କରିବା ଏବଂ ସରକାରଙ୍କ ଡିଜିଟାଲ୍ ବ୍ୟବସ୍ଥା ସହ ତାହାକୁ ଯୋଡ଼ିବା ଲାଗି ଏକ ଦିନିକିଆ ମେଣ୍ଟରସିପ୍ ବୁଟ୍କ୍ୟାମ୍ପ୍ ଆୟୋଜନ କରାଯିବ।
ସେଥିରେ ମୋଟରଫ୍ଲୋର୍ର ପ୍ରତିଷ୍ଠାତା ସୁବ୍ରତ କର, ଶିଳ୍ପ ବିଶେଷଜ୍ଞ ରୋହନ ଗୋସ୍ବାମୀ, ଫ୍ୟାବ୍ ମନିର ପ୍ରତିଷ୍ଠାତା ଓ ସିଇଓ ଅଭିଷେକ କୋଠାରି, ଷ୍ଟାର୍ଟଅପ୍ ରେସୋର ସିଇଓ ଅଜୟ ରାମସୁବ୍ରମଣ୍ୟମ ପ୍ରମୁଖ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଜିଏଫ୍ଟିଏନ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗରେ ଇଣ୍ଟିଗ୍ରେଟେଡ୍ ବ୍ଲୋଗାଲ୍ ଫାଇନାନ୍ସିଆଲ ଟେକ୍ନୋଲୋଜି କାପାବିଲିଟି ହବ୍ ବିକାଶ କରାଯାଇଛି। ତାହା ଅଧୀନରେ ଭାରତନେତ୍ର ଷ୍ଟାର୍ଟଅପ୍ ଇନ୍କ୍ୟୁବେଟର୍ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ପ୍ରତିଷ୍ଠାତା, ନିବେଶକ ଓ ଫିନ୍ଟେକ୍ କ୍ଷେତ୍ରର ନବସୃଜନକାରୀମାନେ ଭାଗ ନେଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/15/b6eb7a4d-0164-4428-822c-0fa19f8fa00e-2026-01-15-15-22-33.jpg)