ୟୁପି ସେକ୍ସ ସ୍କାଣ୍ଡାଲ୍‌: ଅପରାହ୍ନ ୪ଟାରେ ଆଶ୍ରୟ ଗୃହ ସାମ୍ନାରେ ଲାଗେ କଳା,ଧଳା ଓ ନାଲି କାର୍‌; ସକାଳ ହେଲେ ଛଳଛଳ ଆଖିିରେ ଫେରନ୍ତି ନିରାଶ୍ରୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଏକ ଆଶ୍ରୟ ଗୃହରୁ ୨୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଆଶ୍ରୟ ଗୃହରେ ରଖାଯାଇ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଯୌନ ଶୋଷଣ ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ପଦରୁ ହଟାଇ ଦିଆଯାଇଛି।

ଆଶ୍ରୟ ଗୃହରୁ ଜଣେ ୧୦ ବଷୀୟା ନାବାଳିକା ଖସି ପଳାଇ ଅସିବାରେ ସମର୍ଥ ହେବା ପରେ ସେ ମହିଳା ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ଆଶ୍ରୟ ଗୃହରେ ଚାଲୁଥିବା କାର୍ଯ୍ୟ ସଂପର୍କରେ ଖୁଲାସା କରିଛନ୍ତି।

ନାବାଳିକା ଦେଇଥିବା ବୟାନ ମୁତାବକ, ‘କେତେକ ସମୟରେ ନାଲି ରଂଗର ଗାଡ଼ି ତ କେତେକ ସମୟରେ କଳା ଓ କେବେ କେବେ ଧଳା ରଂଗର କାର୍‌ ଆସୁଥିଲା ଓ ଝିଅମାନଙ୍କୁ ନେଇଯାଏ। ସେହି ଝିଅମାନେ ସକାଳେ ଫେରିବା ପରେ ଖୁବ୍‌ କାନ୍ଦୁଥିଲେ’

ଏ ସଂପର୍କରେ ଦେଓରିଆର ଏସ୍‌ପି କହନ୍ତି, ‘ନାବାଳିକା କହିବା ଅନୁସାରେ ପ୍ରତିଦିନ ପ୍ରାୟ ଅପରାହ୍ନ ୪ଟା ସମୟରେ ଗାଡ଼ି ଆସି ଆଶ୍ରୟ ଗୃହ ସାମ୍ନାରେ ଲାଗୁଥିଲା। ସେହି ଗାଡ଼ିରେ ମ୍ୟାନେଜରଙ୍କ ସହ ଆଉ କିଛି ଲୋକ ଆସି ଝିଅମାନଙ୍କୁ ନେଇ ଯାଉଥିଲେ।’

ଖସି ପଳାଇ ଆସିଥିବା ଏହି ନାବାଳିକା ଜଣକ ବିହାରର। ଏବେ ବି ଆଶ୍ରୟ ଗୃହର ୮ ଜଣ ନିବାସୀ ନିଖୋଜ ଥିବା ସୂଚନା ରହିଛି।

ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳକୁ ନିୟୋଜିତ କରିଛନ୍ତି। ଆଜି ରାତି ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଟିମ୍‌କୁ କହିଛନ୍ତି।

ସମ୍ବନ୍ଧିତ ଖବର