ବାମନାଳ: ବଳଙ୍ଗା ସରକାରୀ ବିଦ୍ୟାଳୟ ପରିସରରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଜନ୍ମ ଦିନରେ ଇଫକୋ କମ୍ପାନୀ ଦ୍ଵାରା ବଳଙ୍ଗା ଠାରେ ଆର୍ଥିକ ଅନଗ୍ରସର ବୟସ୍କ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଅଞ୍ଚଳରେ କିଭଳି ଚାଷୀମାନଙ୍କର ମାଟିର ଉର୍ବରତା ଉପରେ ପରୀକ୍ଷା କରାଯିବ ଏବଂ ବଳଙ୍ଗା ଅଞ୍ଚଳ ଚାଷୀ ଅଞ୍ଚଳ ହୋଇଥିବାରୁ ଚାଷୀମାନଙ୍କ ଦାବି ରହି ଆସୁଥିଵା ଶୀତଳଭଣ୍ଡାର ଦାବି ଖୁବ ଶୀଘ୍ର ପୁରଣ କରାଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବେ ଇଫକୋ କମ୍ପାନୀର ପରିଚାଳକ ଡକ୍ଟର ସୈମିକ ମଣ୍ଡଳ , ତୁଳସୀଦାସ ଦୋରା ସଂଧ୍ୟାରାଣୀ ବେହେରା ଓ ଏ ଅଞ୍ଚଳର ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/28/wPtfkP4hWgXI39wphuyJ.jpg)