ନ୍ୟୁୟର୍କ ବସ୍‌ ଟର୍ମିନାଲରେ ବିସ୍ଫୋରଣ, ବାଂଲାଦେଶୀ ବଂଶୋଦ୍ଭବ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ନିକଟରେ ଥିବା ଜନଗହଳିପୂର୍ଣ୍ଣ ପୋର୍ଟ ଅଥରିଟି ବସ୍‌ ଟର୍ମିନାଲରେ ଏକ ବୋମା ବିସ୍ଫୋରଣ ହୋଇଥିବା ଖବର ଆସିଛି । ଏହି ବିସ୍ଫୋରଣ ଦ୍ୱାରା ୪ ଜଣ ବ୍ୟକ୍ତି ଆହତ ହୋଇଥିବା ପୋଲିସ୍‌ ସୁତ୍ରରୁ ଜଣାପଡିଛି ।

ନ୍ୟୁୟର୍କ ପୋଲିସ ପକ୍ଷରୁ ଏହି ଘଟଣା ସମ୍ପର୍କରେ ଟ୍ଵିଟ୍‌ କରି କୁହାଯାଇଛି ଯେ ବସ୍‌ ଟର୍ମିନାଲର ସବେଓ୍ଵରେ ଏକ ପାଇପ୍‌ ବୋମା ବିସ୍ଫୋରଣ ଘଟିଛି ।  ପୋଲିସ ଏହି ଘଟଣାରେ ଆକାୟେଦ ଉଲ୍ଲା ନାମକ ବାଂଲାଦେଶୀ ବଂଶୋଦ୍ଭବ ନାଗରିକକୁ ଗିରଫ କରିଛି । ତା ନିକଟରେ ଏକ ଅଫୁଟା ପାଇପ୍‌ ବୋମା ଜବତ କରାଯାଇଛି ।  ତେବେ ଏହି ଘଟଣାରେ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ ମଧ୍ୟ ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ରହିଛି ।

 

ଅନ୍ୟପକ୍ଷରେ ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ପରେ ଉକ୍ତ ସବେଓ୍ଵରେ ଦଳଚକଟା ଘଟି ଆଉ କିଛି ଲୋକ ଆହତ ହୋଇଛନ୍ତି । ଏହି ଘଟଣା ସଂପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନ୍ୟୁୟର୍କ ମେୟର ବିଲ୍‌ ଡେ ବ୍ଲାସିଓଙ୍କୁ ସୂଚୀତ କରାଯାଇଛି ।

ସମ୍ବନ୍ଧିତ ଖବର