ରାଇରଙ୍ଗପୁର/ବାଦାମପାହାଡ଼: କୁସୁମୀ ବ୍ଲକର ବାଦାମପାହାଡ଼ସ୍ଥ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ହେମକାନ୍ତ ସଏଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ , ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର,କୁସୁମୀ ବିଡିଓ ସ୍ୱଦୀପ କୁମାର ଟପ୍ପୋ,ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ଓ ରାଇରଙ୍ଗପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
Advertisment
ପ୍ରାରମ୍ଭରେ ଜିଲ୍ଲାପାଳ  ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣଙ୍କଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାlରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଜନସାଧାରଣ ଙ୍କ ଠାରୁ ମୋଟ ୭୩ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୫୧ ଟି ବ୍ୟକ୍ତିଗତ ସମସ୍ୟାଭିତ୍ତିକ ଏବଂ ୨୨ଟି  ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଏଥିମଧ୍ୟରୁ ଆପତ୍ତି ଅଭିଯୋଗର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ  ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦/-  ଟଙ୍କା ମଂଜୁର କରିଥିଲେ ଏବଂ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।
ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ  ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଏହି ଅବସରରେ ମଧୁବାବୁ ପେନସନ ଯୋଜନାର କିଛି ହିତାଧିକାରୀଙ୍କୁ ସେମାନଙ୍କ କାର୍ଡ ବଣ୍ଟନ କରାଯାଇଥିଲା l
ଅନୁଷ୍ଠିତ ଉକ୍ତ ଶିବିର ରେ କୁସୁମୀ ବ୍ଲକ ଅଧିନସ୍ଥ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସମେତ ବାମନଘାଟି ଉପଖଣ୍ଡ ର ବିଭିନ୍ନ ଉପଖଣ୍ଡ ସ୍ତରୀୟ ପଦାଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଓ କୁସୁମୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ଦ୍ୱାରା  ଶିବିର  ପରିଚାଳନା କରାଯାଇଥିଲା l