ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେଓଗାଁ ବିଡିଓ ପ୍ରିୟ ରଂଜନ କୁମାରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବକୁ ବ୍ଲକ କଳାକାର ସଂଘ ଉପ ସଭାପତି ସୁଦାମ ଚରଣ ବିଶି ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ମୁଖ୍ୟ ବକ୍ତା ଭାବେ ଗୁରୁ ଘାସିରାମ ମିଶ୍ର ଯୋଗ ଦେଇଥିଲେ।

Advertisment

ଅବସରପ୍ରାପ୍ତ ଶିକ୍ଷକ ତଥା  କଲାକାର ଦଶରଥ ସାମଲ ଓ ପରମାନନ୍ଦ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଦେଓଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କଲାକରଙ୍କ ପାଇଁ ଏକ ଘର ଯୋଗାଇ ଦେଇ କଳାକାରଙ୍କ ପାଇ ଆସିଥିବା ଦୁଇ ଲକ୍ଷ ଟଙ୍କା ଶୀଘ୍ର ଖର୍ଚ୍ଚ କରିବାକୁ କଳାକାରମାନେ ଦାବୀ କରିଥିଲେ।

ଏହାଛଡ଼ା ଉପାଧକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସାଲେପାଲି ସମିତି ସଭ୍ୟ ଲକ୍ଷ୍ୟ ମେହେର, ଏବିଇଓ ଅଜିତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ, ଦେଓଗାଁ ସରପଞ୍ଚ ନିନା ଛତ୍ରିଆ, ବଡ଼ବହାଲ ସମିତି ସଭ୍ୟ ସୀତାଂଶୁ ମିଶ୍ର ମଞ୍ଚାସୀନ ହୋଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା  କଲାକାର ଦଶରଥ ସାମଲ ଓ ପରମାନନ୍ଦ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଦେଓଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କଲାକରଙ୍କ ପାଇଁ ଏକ ଘର ଯୋଗାଇ ଦେଇ କଳାକାରଙ୍କ ପାଇ ଆସିଥିବା ଦୁଇ ଲକ୍ଷ ଟଙ୍କା ଶୀଘ୍ର ଖର୍ଚ୍ଚ କରିବାକୁ କଳାକାରମାନେ ଦାବୀ କରିଥିଲେ।