ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ସଦର ଠାରେ ସମ୍ବାଦ-ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଆସନ୍ତା ଫେବ୍ରୁଆରୀ ୨୩ ତାରିଖ ଦିନ ଅନୁଷ୍ଠିତ ହେବ l ଏନେଇ ଏକ ପ୍ରସ୍ତୁତି ବୈଠକ ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଲକ୍ଷ୍ମୀପ୍ରସାଦ ଗ୍ରାମ୍ୟ ଶାନ୍ତି କମିଟି କ୍ଲବର ସଭାପତି ପ୍ରମୋଦ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମ୍ବାଦ ପ୍ରତିନିଧି ନବ କିଶୋର ମେହେର ଯୋଗଦେଇ ସ୍ୱାଗତ ଭାଷଣ ଦେବା ସହ ରକ୍ତଦାନ କଲେ ମଣିଷର କି ଉପକାର ହୁଏ ସେ ନେଇ ସୂଚନା ଦେଇଥିଲେ l ସମ୍ପାଦକ ବୈଶାଖୁ ବେହେରା କ୍ଳବ ପକ୍ଷରୁ କ୍ଳବର ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ l କୋଷାଧକ୍ଷ ମୋତିଲାଲ ମେହେର ଯୋଗଦେଇ ଅଧିକ କିପରି ରକ୍ତ ସଂଗ୍ରହ କରାଯିବ ସେନେଇ ସମସ୍ତ ସଦସ୍ୟ ଦୁଇ ଜଣ ରକ୍ତଦାତା ଶିବିରରେ ସାମିଲ ହେବାକୁ ଅନୁରୋଧ କରିଥିଲେ l
ଲକ୍ଷ୍ମୀପ୍ରସାଦ ଗ୍ରାମ୍ୟ ଶାନ୍ତି କମିଟି କ୍ଲବର ସଭାପତି ପ୍ରମୋଦ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମ୍ବାଦ ପ୍ରତିନିଧି ନବ କିଶୋର ମେହେର ଯୋଗଦେଇ ସ୍ୱାଗତ ଭାଷଣ ଦେବା ସହ ରକ୍ତଦାନ କଲେ ମଣିଷର କି ଉପକାର ହୁଏ ସେ ନେଇ ସୂଚନା ଦେଇଥିଲେ l ସମ୍ପାଦକ ବୈଶାଖୁ ବେହେରା କ୍ଳବ ପକ୍ଷରୁ କ୍ଳବର ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ l କୋଷାଧକ୍ଷ ମୋତିଲାଲ ମେହେର ଯୋଗଦେଇ ଅଧିକ କିପରି ରକ୍ତ ସଂଗ୍ରହ କରାଯିବ ସେନେଇ ସମସ୍ତ ସଦସ୍ୟ ଦୁଇ ଜଣ ରକ୍ତଦାତା ଶିବିରରେ ସାମିଲ ହେବାକୁ ଅନୁରୋଧ କରିଥିଲେ l
ବୈଠକରେ ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ତଥା କ୍ଳବର ସଦସ୍ୟ ପିଣ୍ଟୁ ମିର୍ଦ୍ଧl, ବବି ମେହେର, ସୁରେନ୍ଦ୍ର ମେହେର, ଦେବ କିଶୋର ସାହୁ, ସରୋଜ ମେହେର, ପିଣ୍ଟୁ ମେହେର, ସରୋଜ ମେହେର, ଟିକିନା ମେହେର, ହୃଷିକେଶ ମେହେର, ବିଶ୍ଵାମିତ୍ର ମେହେର, ତରୁଣ ମେହେର, ପ୍ରଦୀପ ମେହେର, ଶଙ୍କର ମେହେର, ହିତେଶ୍ୱର ମେହେର, ଲିଙ୍ଗରାଜ ମେହେର, ଅକ୍ରୁର ମେହେର, ରାମକୃଷ୍ଣ ମେହେର ପ୍ରମୁଖ ୫୦ଜଣ ସଦସ୍ୟ ଉପସ୍ଥିତ ଥିଲେ l ଶେଷରେ ଉପ ସଭାପତି ନରୋତ୍ତମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l