ଭୁବନେଶ୍ବର: ରାଜ୍ୟ ରାଜଧାନୀରେ କମିଲା କରୋନା ସଂକ୍ରମଣ। କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ପାର କରିଥିବା ବେଳେ ଆଜି ଏହି ସଂଖ୍ୟା ୧୦୦୦ତଳକୁ ରହିଛି। ଗତ ୨୪ଘଣ୍ଟ‌ାରେ ଭୁବନେଶ୍ବରରେ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଗତ ୨୪ ଘଣ୍ଟା ମଧ୍ୟରେ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Advertisment