ବୋଲଗଡ଼:ବୋଲଗଡ଼କୁ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଏନଏସି ଘୋଷଣା ପାଇଁ ଦାବି କରି ଆଜି ବୋଲଗଡ଼ରେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଲଗଡ଼କୁ ଏନଏସି ଘୋଷଣା ପାଇଁ ଏକ ଦାବିପତ୍ର ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରାଯାଇଛି l ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୋଲଗଡ଼ର ସମସ୍ତ ବଜାର ଅଞ୍ଚଳ ବନ୍ଦ ରହିଥିଲା l ଏଥିରେ  ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ ବୋଲଗଡ଼ ଏନଏସି ଦାବି କ୍ରିୟାନୁଷ୍ଠା କମିଟି,ବୋଲଗଡ଼ ଉନ୍ନୟନ ପରିଷଦ, ବଣିକ ସଂଘ,ବରିଷ୍ଠ ନାଗରିକ ମଞ୍ଚ, ଓକିଲ ସଂଘ, ପୂଜ୍ୟପୂଜା ସମିତି ଆଦି ବିଭିନ୍ନ ସଂଗଠନର ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ବୋଲଗଡ ଗ୍ରାମପଞ୍ଚାୟତ ଅଞ୍ଚଳର  ମୁରବି ଶ୍ରେଣୀର ନାଗରିକମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ଯାଇ ଦାବୀପତ୍ର ବୋଲଗଡ଼ ବିଡିଓ ଦାୟିତ୍ୱରେ ଥିଵା ବିଜୟ କୁମାର ସେଠୀଙ୍କୁ ପ୍ରଦାନ କରିଥିଲେ l  

Advertisment

Untitled

ସୂଚନାଯୋଗ୍ୟ ଯେ, ଇତି ମଧ୍ୟରେ ବୋଲଗଡ଼କୁ ଏନଏସିର ମାନ୍ୟତା ଦେବାକୁ ବହୁ ବର୍ଷ ଧରି ସ୍ଥାନୀୟ ଜନସାଧାରଣରେ ଦାବି ଜୋରଦାର ହୋଇ ଆସୁଥିଲେ ମଧ୍ୟ ବୋଲଗଡ଼କୁ ଏନ ଏ ସି ମାନ୍ୟତା ମିଳିପାରିନାହିଁ l ଫଳରେ ଏନଏସି ଘୋଷଣା ନହେବାରୁ ବୋଲଗଡ଼ରେ ଜନଅସନ୍ତୋଷ  ବଢୁଛି l

ଇତି ମଧ୍ୟରେ ବୋଲଗଡ଼କୁ ଏନଏସିର ମାନ୍ୟତା ଦେବାକୁ ବହୁ ବର୍ଷ ଧରି ସ୍ଥାନୀୟ ଜନସାଧାରଣରେ ଦାବୀ ଜୋରଦାର ହୋଇ ଆସୁଥିଲେ ମଧ୍ୟ ବୋଲଗଡ଼କୁ ଏନ ଏ ସି ମାନ୍ୟତା ମିଳିପାରିନାହିଁ l ଫଳରେ ଏନଏସି ଘୋଷଣା ନହେବାରୁ ବୋଲଗଡ଼ରେ ଜନଅସନ୍ତୋଷ  ବଢୁଛି l

ସୂଚନା ଅନୁସାରେ  ବୋଲଗଡ଼ ଏନଏସି ମାନ୍ୟତା ପ୍ରାପ୍ତ ନିମନ୍ତେ ସରକାରଙ୍କ ନିୟମର ସର୍ତ୍ତ ପୂରଣ କରୁଥିବାର ଦାବି ହେଉଥିବା ବେଳେ କେଉଁ ଆଧାରକୁ ଭିତ୍ତିକରି ଏନଏସି ମାନ୍ୟତା ଦେବାରେ ଟାଳଟୁଳ ନୀତି ଦେଖା ଦେଇଛି ତାହା ବୋଲଗଡ଼ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଆନ୍ଦୋଳନକାରୀ କହିଛନ୍ତି l ପୂର୍ବ ସରକାର ସମୟରେ ବିଧାନସଭାର ପ୍ରଶ୍ନକାଳରେ ବୋଲଗଡ଼କୁ ଏନଏସିର ମାନ୍ୟତାକୁ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଥିଲେ।