ପୁରୀ: ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ପୁଣି ଧମକ ଆସିଛି | ପୁରୀ କୋର୍ଟ ଜିଲ୍ଲା ଜଜଙ୍କୁ ମେଲରେ ଏହି ଚେତାବନୀ ଆସିଛି। ଏନେଇ ଜଣାପଡିବା ପରେ ପୁରୀ ଏସପି ପ୍ରତୀକ ସିଂ, ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି। 

Advertisment

IMG-20260206-WA0045

ଉଲ୍ଲେଖ ଥାଉ କି ଗତ ଜାନୁୟାରୀ ମାସରେ ମଧ୍ୟ ଏଭଳି ବୋମା ବିସ୍ଫୋରଣ କରିବାର ଧମକ ମିଳିଥିଲା | ଜୁଲିରାଣୀ ପଣ୍ଡା ନାମରେ ଥିବା ଫେସବୁକ ଆକାଉଣ୍ଟରେ ଏଭଳି ଧମକ ଦିଆଯାଇଥିଲା। କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି କରି ମାରିଦେବାକୁ ଧମକ ମିଳିଥିଲା । 

ସେହିପରି ଜାନୁୟାରୀ ୮ ତାରିଖରେ ଓଡ଼ିଶାର ତିନି କୋର୍ଟକୁ ଆସିଥିଲା ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଥିଲା ।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଥିଲା । ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରିଥିଲେ ।