ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି। କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ୫ଦିନ ପୂର୍ବେ ଦିଗପହଣ୍ଡି ଥାନା ଅଞ୍ଚଳର ୩ଟି ସ୍ଥାନରେ ବୋମାମାଡ଼ ହୋଇଥିଲା। ବାରମ୍ବାର ବୋମାମାଡ଼କୁ ନେଇ ଆତଙ୍କରେ ଅଞ୍ଚଳବାସୀ। କିନ୍ତୁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ହେତୁ ଏଭଳି ବୋମାମାଡ଼ ଘଟଣା ଦେଖିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/digapahandi.jpg)