ଭୁବନେଶ୍ୱର: ରାଜଧାନୀ ଛାତିରେ ପୁଣି ଫୁଟିଲା। ବୋମା କମିସନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମା ଫୁଟିବା ଘଟଣାକୁ ମାତ୍ର କିଛି ଦିନ ବିତିଥିବା ବେଳେ, ପୁଣି ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଫୁଲେଶ୍ୱରୀ ବସ୍ତିରେ ବୋମା ମାଡ଼ ହୋଇଛି।
ଫୁଲେଶ୍ୱରୀ ବସ୍ତିର ଏକ କ୍ଳବ୍ ଘର ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ଲୋକ। ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/Bv3uWFPKkdV23IPYXOPJ.jpg)