ଖଲ୍ଲିକୋଟ: ବିଳମ୍ବିତ ରାତିରେ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ କରାଯାଇଛି। ରାଜନୈତିକ ଶତ୍ରୁତାରୁ ଏହି ବୋମାମାଡ଼ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଟାଇଲ୍ସ ଦୋକାନ ଉପରକୁ ୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି। ଏନେଇ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଛି।
ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ବୋଲି ସୂଚନା ମିଳିଛି। ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ସାକ୍ଷୀକୁ ଭୟଭୀତ କରିବାକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଣେ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏଯାଏ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ।
ଟାଇଲ୍ସ ଦୋକାନ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍
ବିଳମ୍ବିତ ରାତିରେ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ କରାଯାଇଛି। ରାଜନୈତିକ ଶତ୍ରୁତାରୁ ଏହି ବୋମାମାଡ଼ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଟାଇଲ୍ସ ଦୋକାନ ଉପରକୁ ୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
/sambad/media/media_files/2024/10/19/vPPLpI0oNpMs7JBIdxny.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)