ଭୁବନେଶ୍ୱର: 'ମୁଁ ପାପର ସମୁଦ୍ରରେ ବୁଡ଼ିବାକୁ ଚାଁହୁଛି' ଦମଦାର ଡାଇଲଗ ସାଙ୍ଗକୁ ଦାଉ ଦାଉ ହୋଇ ଜଳୁଥିବା ଆଖି। ହାତରେ ଜଣେ ସଧବା ପାଖରୁ ଛଡ଼ାଇ ଆଣିଥିବା ମଙ୍ଗଳସୂତ୍ର, କଟାକ୍ଷର ହସରେ କମ୍ପୁଥିଲା ଷ୍ଟେଜ। ହଠାତ ଏହି ସମୟରେ ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କ ଉପରକୁ ଦର୍ଶକ ଫୋଫାଡ଼ିଲେ ପାଣି ବୋତଲ। ଅବଶ୍ୟ ବୋତଲ ଦୈତାରୀଙ୍କ ଦେହରେ ନ ବାଜି ଷ୍ଟେଜରେ ପଡ଼ିଥିଲା। କିନ୍ତୁ ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ବୋତଲ ଆସି ଷ୍ଟେଜରେ ପଡ଼ିଥିଲା। ଆପଣ ଏହାକୁ ମିଛ ଭାବୁଛନ୍ତି କି? କିନ୍ତୁ ଏକଥା ଏକଦମ ସତ।

Advertisment

କୁହାଯାଏ ମଞ୍ଚ ଅଭିନୟ ବାସ୍ତବତାରେ ପରିପୂର୍ଣ୍ଣ ଥାଏ। ଏଠାରେ ଦର୍ଶକ ଭଗବାନଙ୍କ ଆଗରେ କଳାକାର ନିଜର ଅଭିନୟର ଚାତୁରୀ ପ୍ରଦର୍ଶନ କରେ। କେବେ ଫୁଲମାଳ ପାଏ ତ କେବେ ପୁଣି ଭର୍ତ୍ସନାର ଶିକାର ହୁଏ।

ବାସ୍ତବରେ ଜଟଣୀରେ ଚାଲିଥିବା କୋଣାର୍କ ଗଣନାଟ୍ୟର ଏକ ସୁପରହିଟ ନାଟକ 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ'ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଦୈତାରୀ ପଣ୍ଡାଙ୍କ ସଂଳାପ ଓ କଠୋର ମଣିଷର ଅଭିନୟ ଦର୍ଶକଙ୍କୁ ଏମିତି ବାଉଳା କରିଥିଲା ଯେ ଦର୍ଶକ ତାତିଯାଇଥିଲେ ଓ ବୋତଲ ଫିଙ୍ଗିଥିଲେ। ବାସ୍ତବରେ ଅଭିନେତ୍ରୀ ପୂଜା କାନ୍ଦି କାନ୍ଦି ତାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ନେହୁରା ହେଉଥିବାବେଳେ ଦୈତାରୀ ତାଙ୍କୁ ସିନ୍ଦୁର ପୋଛିଦେବା ସହ ମଙ୍ଗଳସୂତ୍ର ବାହାର କରିଦେବାକୁ କହିଥିଲେ।

ଆଉ ବାଧ୍ୟବାଧକତାରେ ଯେତେବେଳେ ପୂଜା ମଙ୍ଗଳସୂତ୍ର ଦୈତାରୀଙ୍କୁ ଧରାଇଦେଇଥିଲେ ସେତେବେଳେ ସେ ଅଟ୍ଟହାସ୍ୟ ଦେବା ସହ ପ୍ରତିଶୋଧ ନେଇଥିବାର କହିଥିଲେ, ଆଉ ଦୈତାରୀଙ୍କ ଏହି ଅମଣିଷ ଚରିତ୍ରକୁ ଦେଖି ଦର୍ଶକ ସମ୍ଭାଳିପାରିନଥିଲେ। କୁହାଯାଏ ମଞ୍ଚ ଅଭିନୟ ବାସ୍ତବତାରେ ପରିପୂର୍ଣ୍ଣ ଥାଏ। ଏଠାରେ ଦର୍ଶକ ଭଗବାନଙ୍କ ଆଗରେ କଳାକାର ନିଜର ଅଭିନୟର ଚାତୁରୀ ପ୍ରଦର୍ଶନ କରେ। କେବେ ଫୁଲମାଳ ପାଏ ତ କେବେ ପୁଣି ଭର୍ତ୍ସନାର ଶିକାର ହୁଏ। କିନ୍ତୁ ଦର୍ଶକଙ୍କ ଗାଳି ବି କଳାକାରଙ୍କ ପାଇଁ ଅନେକ ପୁରସ୍କାର ସଦୃଶ ହୋଇଥାଏ। କାରଣ କଳାକାରଙ୍କ ଅଭିନୟ ହିଁ ଦର୍ଶକଙ୍କୁ ଏକ ଅବାସ୍ତବ କାହାଣୀରେ ଏକଦମ ବୁଡା଼ଇଦିଏ।