ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତର ଜାମୁଖୋଲ୍ ଗ୍ରାମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି l ରାତିରେ ଜାମୁଖୋଲ ଗ୍ରାମର ଅଜିତ୍ କହଁର ଓ ଶମ୍ଭୁ କହଁରଙ୍କ ଘରେ ନିଆଁ ଲାଗି ସମ୍ପୁର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିଲା l
ଏହି ଖବର ଜାଣିବା ପରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗାଆଁରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟିବା ସହିତ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁଁ ନିର୍ଦ୍ଦେଶ ଦେଇଥିଲେ | ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ତହସିଲଦାର ଅନୀତା କୁମାରୀ ସାହୁ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ତୁରନ୍ତ ରିଲିଫ ପ୍ରଦାନ କରିଥିଲେ।