ରାଉରକେଲା: ଲଗାଣ ବର୍ଷା ଯୋଗୁ ପାନପୋଷ ବାଲୁଘାଟ ଅଞ୍ଚଳରେ ବାଲୁଘାଟ, ଝରାବସ୍ତି ଓ ପଲପଲ ବସ୍ତିରେ ବ୍ରାହ୍ମଣୀ ପାଣି ପଶିବା ଆରମ୍ଭ ହୋଇଛି l ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକ ଘର ପାଣି ଘେରରେ ରହିଛି l କ୍ଷତିଗ୍ରସ୍ତ ପରିବାରଙ୍କୁ ନିକଟସ୍ଥ ଦୁଇଟି ବିଦ୍ୟାଳୟରେ ରଖା ଯାଇଛି l ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଉଛି। ଜଳସ୍ତର କମିବା ପରେ କ୍ଷତିଗ୍ରସ୍ତ ପରିବାର ପିଲାଛୁଆଙ୍କୁ ଧରି ନିଜ ନିଜ ଘରକୁ ଫେରିଯିବେ l
ବ୍ରାହ୍ମଣୀ ଜଳସ୍ତର ବଢ଼ିବା ପରେ ଗତକାଲି ରାତିଠୁ ସହରତଳ ବସ୍ତିକୁ ବନ୍ୟାଜଳ ପଶିବା ଆରମ୍ଭ ହୋଇଛି। ନଦୀ ଜଳ ବସ୍ତି ଭିତରକୁ ପଶୁଥିବାର ଆର୍ଏମ୍ସି ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ସ୍ଥିତି ଉପରେ ନଜର ରଖିଛନ୍ତି।
ରାତିରେ ଜଳସ୍ତରେ ବଢ଼ିଲେ, ବାଲୁଘାଟ ତଳ ବସ୍ତିର କିଛି ପରିବାରକୁ ପୁଣିଥରେ ବିଦ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ପ୍ରତିବର୍ଷର ସହରତଳି ବସ୍ତିର ପ୍ରାୟ ୧୦୦ରୁ ଅଧିକ ପରିବାର ଏମିତି ଦୟନୀୟ ଜୀବନ ବିତାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/26/0bd9fa9e-e7c0-4b45-9173-f452420adaf2-2025-07-26-15-19-28.jpg)