ପୋଖରାନ: ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରେ ଆଜି ଭାରତ ସଫଳତାର ସହିତ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ ଲଢ଼ୁଆ ବିମାନ ‘ସୁଖୋଇ’ରୁ ପରୀକ୍ଷଣ କରିଛି। ଧ୍ୱନୀର ଗତି ଠାରୁ ୩ ଗୁଣ ଅଧିକ ବେଗରେ ଗତି କରୁଥିବା ଓ ଭାରତ-ରୁଷର ମିଳିତ ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ମାରକ କ୍ଷମତା ୨୯୦ କିଲୋମିଟର ରଖାଯାଇଛି। ଏହାର ବିକାଶ କରାଯାଇ ଖୁବ୍ ଶୀଘ୍ର ଏହାକୁ ୪ଶହ କିଲୋମିଟରକୁ ବୃଦ୍ଧିି କରାଯିବା ପାଇଁ ଯୋଜନା କରାଯାଉଛି।
/sambad/media/post_attachments/wp-content/uploads/2018/03/Brahmos-300x185.jpg)
ସୂଚନାଯୋଗ୍ୟ ଯେ ସୁପରସୋନିକ କ୍ରୁଇଜ୍ କ୍ଷେପଣାସ୍ତ୍ର ପ୍ରଥମ ଥର ପାଇଁ ୨୦୧୭ ମସିହା ନଭେମ୍ବର ମାସରେ ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ଖଞ୍ଜା ଯାଇ ସଫଳ ପରୀକ୍ଷଣ କରାଯାଇଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ବାୟୁ, ସ୍ଥଳ ଓ ଜଳରୁ ମଧ୍ୟ ପ୍ରକ୍ଷେପଣ କରାଯାଇପାରିବ।ଏହି କ୍ଷେପଣାସ୍ତ୍ରକୁ ୨୦୦୬ ମସିହାରେ ବାୟୁସେନା, ସ୍ଥଳସେନା ଓ ନୌସେନାର ବ୍ୟବହାର ପାଇଁ ପ୍ରତିରକ୍ଷା ବାହିନୀରେ ସାମିଲ କରାଯାଇଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରର ଓଜନ ୨ ହଜାର ୫କେଜିରୁ ୩ ହଜାର କେଜି ମଧ୍ୟରେ ଥିବା ବେଳେ ଏହାର ଲମ୍ବ ୮.୪ ମିଟର । ଏହା ୨ଶହରୁ ୩ଶହ କେଜି ଓଜନର ମାରଣାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Sukhoi-40-with-Brahmos_Thumbnail.jpg)