ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳ କୁକୁରି କାନୀ ଜଙ୍ଗଲ ଭିତରୁ ଯୁବକର ଗଳିତ ଶବ ଆଜି ବ୍ରଜରାଜନଗର ପୁଲିସ ଜବତ କରିଛି। ମୃତ ଯୁବକ ନାମ ସାହିଲ ସହିସ(୧୯)। ହତ୍ୟାକାରୀମାନେ ହତ୍ୟାକାଣ୍ଡ ପରେ ଏକ କଳା ପଲିଥିନରେ ଗୁଡାଇ ତାର ,ବେଲ୍ଟ , ରଶିରେ ବାନ୍ଧି ସେଠାରେ ପକାଇ ଦେଇଛନ୍ତି।

Advertisment

ଆଜି ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ବର ସାହୁ, ରାମପୁର ଫାଣ୍ଡି ଅଧିକାରୀ ସୁଦର୍ଶନ ବେହେରା , ବ୍ରଜରାଜନଗର ଏସଡ଼ିପିଓ ଚିନ୍ତାମଣି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ତଦନ୍ତ ରେ ସହାୟତା ପାଇଁ ସାଇଣ୍ଟିଫିକ ଟିମ ର ସହାୟତା ନିଆଯାଇଛି। ମୃତ ଯୁବକ ରାମପୁର ଅଂଚଳର ବୋଲି ଜଣାପଡିଛି |

ବାପା ସତ୍ୟ ନାରାୟଣ ସହିସଙ୍କର କହିବା ଅନୁସାରେ ପୁଅ ସାହିଲ ୧ ତାରିଖ ଅପରାହ୍ନରୁ ଘରକୁ ଫେରିନଥିଲା। ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲା। ସାହିଲକୁ ତାର ସାଙ୍ଗମାନେ ମାରି ଏଠାରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛି। ପୁଲିସ ୨ଜଣଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି।