ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆଡିଆସାହି ଗ୍ରାମରେ ଜନୈକ ଯୁବକ ନିଜ ଭାଉଜଙ୍କୁ ଦୁଷ୍କର୍ମ ଉଦ୍ୟମ ସହିତ ନିଜ ଝିଆରୀ, ଭାଇ ଓ ବାପାଙ୍କୁ ହାତୁଡ଼ିରେ ଆକ୍ରମଣ କରିବା ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ପୁଲିସ l ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଆଡିଆସାହି ଗ୍ରାମର ସ୍ମିତା ମଲ୍ଲିକ(ଛଦ୍ମନାମ) ନିଜ ଶୋଇବା ଘରେ ଏକୁଟିଆ ଶୋଇଥିବା ସମୟରେ ତାଙ୍କ ଦିଅର ପ୍ରଶାନ୍ତ ଜେନା ହଠାତ ଆସି ତାଙ୍କୁ ପଛ ପଟରୁ ଜାବୁଡି ଧରିଥିଲେ ଓ ବଳପୂର୍ବକ ଦୁଷ୍କର୍ମର ପ୍ରୟାସ କରିଥିଲେ l

Advertisment

 ତେବେ ସେ ଚିତ୍କାର କରିବାରୁ ତାଙ୍କ ଝିଅ ସେଠାରେ ପହଞ୍ଚି ମାଆଙ୍କୁ କାକାଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ ପ୍ରଶାନ୍ତ ତାକୁ ମାଡ଼ ମାରିବା ସହିତ ଏକ ହାତୁଡି ସାହାଯ୍ୟରେ ସ୍ମିତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ l ପରେ ସ୍ମିତାଙ୍କ ସ୍ୱାମୀ ମଧ୍ୟ ସେଠାରେ ପହଞ୍ଚି ପ୍ରଶାନ୍ତକୁ ଅଟକାଇବାକୁ ଚେଷ୍ଟା କରିଥିବାବେଳେ ତା ହାତୁଡି ପାହାରର ଶିକାର ହୋଇ ତଳେ ପଡିଯାଇଥିଲେ l

ଅନ୍ୟପଟେ ପ୍ରଶାନ୍ତର ବାପା ବଂଶୀଧର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତକୁ ବାରଣ କରିବାରୁ ସେ ତାଙ୍କୁ ମଧ୍ୟ ଠେଲାପେଲା କରିଥିଲା l ତେବେ ଏନେଇ ସ୍ମିତା ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୁଲିସ ୩୭୮/୨୫ନଂ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l