ଭଦ୍ରକ: ବ୍ରାଉନସୁଗାର ଚାଲାଣ ବେଳେ ମାଡ଼ି ବସିଲା ଭଦ୍ରକ ପୁଲିସ। ଡ୍ରାଇଭର ସହ ଦୁଇ ଜଣ ମହିଳା ବେପାରୀ ଗିରଫ। ୧୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ। ସମସ୍ତ ଗିରଫ ଅଭିଯୁକ୍ତ ଭୁବନେଶ୍ୱର ଯଦୁପର ଅଞ୍ଚଳର। ଗିରଫ ଅଭିଯୁକ୍ତ ହେଲେ ଅଜୱାରି ବିବି, ସଞ୍ଜିଦା ବିବି ଓ ସେକ ନାରୁଦ୍ଦିନ।
ଗୁଇନ୍ଦା ବିଭାଗର ସୂଚନା କ୍ରମେ ଭଦ୍ରକ ସହର ନିକଟସ୍ଥ ହଳଦିଡ଼ିହ ଛକ ନିକଟରେ ଏକ ସ୍ବିଫଟ କାରକୁ ପୋଲିସ ଅଟକାଇଥିଲା। ମାତ୍ର ଗାଡ଼ିଟି ପୋଲିସକୁ ଚକମା ଦେଇ ଖସିବାକୁ ଚେଷ୍ଠା କରିଥିଲେ ମଧ୍ୟ ପୁରୁଣାବଜାର ପୁଲିସ ଗାଡିକୁ ପିଛା କରି ଧରିଥିଲା। ଚେକିଂ ପରେ ଗାଡ଼ିରୁ ବ୍ରାଉନସୁଗାର ମିଳିଥିଲା। ସୁଦୂର ରାଜଧାନୀରୁ ଭଦ୍ରକକୁ ବ୍ରାଉନସୁଗାର ଚାଲାଣ ହେଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।
ଗୁଇନ୍ଦା ବିଭାଗର ସୂଚନା କ୍ରମେ ଭଦ୍ରକ ସହର ନିକଟସ୍ଥ ହଳଦିଡ଼ିହ ଛକ ନିକଟରେ ଏକ ସ୍ବିଫଟ କାରକୁ ପୋଲିସ ଅଟକାଇଥିଲା। ମାତ୍ର ଗାଡ଼ିଟି ପୋଲିସକୁ ଚକମା ଦେଇ ଖସିବାକୁ ଚେଷ୍ଠା କରିଥିଲେ ମଧ୍ୟ ପୁରୁଣାବଜାର ପୁଲିସ ଗାଡିକୁ ପିଛା କରି ଧରିଥିଲା। ଚେକିଂ ପରେ ଗାଡ଼ିରୁ ବ୍ରାଉନସୁଗାର ମିଳିଥିଲା। ସୁଦୂର ରାଜଧାନୀରୁ ଭଦ୍ରକକୁ ବ୍ରାଉନସୁଗାର ଚାଲାଣ ହେଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲେ ଅଜୱାରି ବିବି, ସଞ୍ଜିଦା ବିବି ଓ ସେକ ନାରୁଦ୍ଦିନ। ସେମାନଙ୍କ ନିକଟରୁ ୪ଟି ମୋବାଇଲ ସହିତ କାରକୁ ଜବତ କରିଛି ପୁଲିସ।
ଗିରଫ ଅଭିଯୁକ୍ତ ହେଲେ ଅଜୱାରି ବିବି, ସଞ୍ଜିଦା ବିବି ଓ ସେକ ନାରୁଦ୍ଦିନ। ସେମାନଙ୍କ ନିକଟରୁ ୪ଟି ମୋବାଇଲ ସହିତ କାରକୁ ଜବତ କରିଛି ପୁଲିସ। ଏହି ଘଟଣାରେ ଅନ୍ୟମାନେ ସଂପୃକ୍ତ ରହିଥିଲେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/24/xdfg-2025-06-24-07-48-28.jpg)