କ୍ୟାମ୍ପରେ ନିଜ ସହକର୍ମୀଙ୍କୁ ଗୁଳି କରି ମାରିଲେ ବିଏସ୍‌ଏଫ୍‌ ଯବାନ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଳାରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ଯବାନଙ୍କ ଗୁଳିରେ ତାଙ୍କର ଜଣେ ସହକର୍ମୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତ୍ରୀରେ ବିଏସ୍‌ଏଫ୍‌ କ୍ୟାମ୍ପ ଭିତରେ ଜଣେ ଯବାନ ତାଙ୍କ କ୍ୟାମ୍ପ ଭିତରେ ତାଙ୍କର ଜଣେ ସହକର୍ମୀଙ୍କୁ ଗୁଳି କରି ହତ୍ୟା ହୋଇଥିବା ଜାଣିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ହରିଆଣାର ମୁଖ୍ୟ କନେଷ୍ଟବଲ ଚନ୍ଦ୍ରଭାନ।

ଏ ସଂପର୍କରେ ଜଣେ ବରିଷ୍ଠ ଜିଲ୍ଳା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ଯେ ପୁଲିସ୍‌ ମଦର ଅଞ୍ଚଳରେ ଏହି ଘଟଣାର ତଦନ୍ତ ଚଳାଇଛି। ନିଜ ସହଯୋଗୀଙ୍କୁ ହତ୍ୟା କରିଥିବା ଯବାନ ଜଣଙ୍କୁ ଏବେ ପୁଲିସ୍‌ ଜିମାରେ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ , ଚଳିତବର୍ଷ ଜୁଲାଇ ମାସରେ ଜଣେ ଭାରତୀୟ ଯବାନ ଉତ୍ତର କଶ୍ମୀରର ଉରିଠାରେ ଜଣେ ମେଜରଙ୍କ ଉପରକୁ ୫ଟି ଗୁଳି ଚାଳନା କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର