ଭାରତ ସୀମାକୁ ଭୁଲ୍‌ରେ ପଶି ଆସିଥିବା ପାକିସ୍ତାନ ବୃଦ୍ଧଙ୍କୁ ସସମ୍ମାନେ ପାକ୍‌ ଫେରାଇଲେ ଭାରତୀୟ ଯବାନ

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ବଢିଯାଇଛି। ଏହି ସମୟରେ ଭାରତୀୟ ସେନା ପୁଣିଥରେ ନିଜର ମଣିଷପଣିଆର ପରିଚୟ ଦେଖାଇଛି। ସୀମା ପାର କରି ଜଣେ ପାକ୍‌ ନାଗରିକ ଭାରତକୁ ଚାଲିଆସିଥିବା ବେଳେ ଭାରତୀୟ ସେନା ଏହି ବ୍ୟକ୍ତି ଜଣକୁ ପୁନଶ୍ଚ ନିଜ ଦେଶକୁ ଯିବାକୁ ଦେଇଛନ୍ତି। ଶନିବାର ଅପରାହ୍ନ ୪ଟା ସମୟରେ ଜଣେ ୬୦ ବର୍ଷୀୟ ପାକିସ୍ତାନୀ ନାଗରିକକୁ ସଦଭାବନାର ସହ ପାକ୍‌ କୁ ପୁନଶ୍ଚ ଫେରିଯିବାକୁ ସୁଯୋଗ ଦିଆଯାଇଛି।

ସୀମା ସୁରକ୍ଷା ବଳ (ବିଏସଏଫ୍‌) ପ୍ରବକ୍ତାଙ୍କ କହିବାନୁସାରେ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତରରାଷ୍ଟ୍ରୀୟ ସୀମା (ଆଇବି) ମହମ୍ମଦ ଅସରଫ୍‌ ନାମକ ବ୍ୟକ୍ତିଙ୍କ ଭାରତ ପ୍ରବେଶ କ୍ଷଣି ହିଁ ତାଙ୍କୁ ଧରି ନେଇଥିଲେ ଏବଂ ୩ଟା ୪୦ ସମୟରେ ଏହି ବ୍ୟକ୍ତି ଜଣଙ୍କୁ ପାକ୍‌। ସୂତ୍ର ଅନୁସାରେ ପଞ୍ଜାବର ବୋଇତା-ନାରୋବାଲ୍‌ ନିବାସୀ ଅଶରଫ୍‌ ପାକ୍‌ ମୁଦ୍ରା ୧୨ ହଜାର ଟଙ୍କା ନେଇ ଭାରତକୁ ପ୍ରବେଶ କରିଥିଲେ। ବିଏସଏଫ୍‌ ଅଧିକାରୀ ବ୍ୟକ୍ତିଜଣଙ୍କୁ ପଚରାଉଚରା କରି ତାଙ୍କୁ ପୁନଶ୍ଚ ପାକ୍‌ କୁ ଫେରାଇଥିଲେ।

ସମ୍ବନ୍ଧିତ ଖବର